Latest Odisha News

BREAKING NEWS

ତୁରନ୍ତ ପର୍ଯ୍ୟାପ୍ତ ଏନସିଇଆରଟି ବହି ଯୋଗାଅ ନଚେତ ହେବ ଆନ୍ଦୋଳନ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ବର୍ତ୍ତମାନ ଶିକ୍ଷା ବର୍ଷ ଆରମ୍ଭ ସହିତ ପିଲାମାନଙ୍କ ପାଠ ପଢ଼ା ପାଇଁ ନୂତନ ବହି ନିତ୍ୟାନ୍ତ ଆବଶ୍ୟକ। ହେଲେ ବଜାରରେ ଏନସିଇଆରଟି ବହି ସମ୍ପୂର୍ଣ୍ଣ ଅଭାବ ରହିଛି। ବଜାରରେ କିଛି ସ୍ଥାନରେ ନିମ୍ନ ମାନର ନକଲି ବହି ବିକ୍ରି ହେଉଛି। ଅଭିଭାବକ ମାନେ ହଇରାଣ ହେବା ସହ ପିଲାମାନେ ଏ ବର୍ଷ ପାଠ ପଢିବାକୁ ବିଶେଷ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଆଜି ଏନସିଇଆରଟି ଡାଇରେକ୍ଟରଙ୍କୁ ଚିଠି ଲେଖି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ତୁରନ୍ତ ପଦକ୍ଷେପ ନେଇ ସମସ୍ୟା ସମାଧାନ ପାଇଁ ଦାବି ଜଣାଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ, ଆଦର୍ଶ, ଡିଏମ ସହ କେତେକ ବେସରକାରୀ ବିଦ୍ୟାଳୟ ଏନସିଇଆରଟି ବହି ଦ୍ୱାରା ପାଠ ପଢ଼ା ଯାଉଛି। ଏମିତିରେ ପ୍ରାଇଭେଟ ସ୍କୁଲ ମାନଙ୍କରେ ବେନିୟମ ଭାବେ ପ୍ରାଇଭେଟ ପବ୍ଲିକେସନ ବହିରେ ପାଠ ପଢାଉଛନ୍ତି । ଯଦ୍ୱାରା କି ପିଲାମାନେ ଅଯଥା ଓ ଅନାବଶ୍ୟକ ବସ୍ତାନି ବୋଝ ଓ ଅଭିଭାବକ ମାନେ ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି । ଯଦି ଏନସିଇଆରଟି ବହି ମିଳିବନି ଓ ଏପରି ଅସୁବିଧା ସୃଷ୍ଟି ହେବ ତେବେ ଏହା ଏକ ପ୍ରକାର ପ୍ରାଇଭେଟ ପବ୍ଲିକେସନ ବହି ବିକ୍ରି ସଂସ୍ଥା ବା ଶିକ୍ଷା ଦଲାଲଙ୍କୁ ବେଶ ସୁହାଇବ। ଯାହା ଜଣାପଡୁଛି ସେମାନଙ୍କୁ ସୁହାଇଲା ଭଳି ଜାଣିଶୁଣି ଏପରି ମାନବକୃତ କୃତ୍ରିମ ବହି ଅଭାବ ସୃଷ୍ଟି କରାଯାଇଛି।

ତୁରନ୍ତ ଉପଯୁକ୍ତ ପଦକ୍ଷେପ ସହ ବିହିତ କାର୍ଯ୍ୟାନୁଷ୍ଠାନ ନନେଲେ ଅଭିଭାବକ ମହାସଂଘ ଜୋରଦାର ବିରୋଧ, ଆନ୍ଦୋଳନ ଓ ଆଇନ ଗତ ଲଢେଇ କରିବାକୁ ବାଧ୍ୟ ହେବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ସଂଗଠନ ସଚିବ ଅଶୋକ ପାଇକରାୟ କହିଛନ୍ତି।

Comments are closed.