Latest Odisha News

ଦୂତୀ ଚାନ୍ଦଙ୍କୁ ମିଳିଲା ‘ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍’ ସମ୍ମାନ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଭୋଗସ୍ ପକ୍ଷରୁ ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍ ୨୦୧୯ରେ ସମ୍ମାନରେ ପୁରସ୍କୃତ କରାଯାଇଛି।

‘‘ଟ୍ରାକରେ ରେକର୍ଡ ଭାଙ୍ଗୁଥୀବା ଦୂତୀ ଜଣେ ସମଲିଙ୍ଗୀ ଆଥଲେଟ୍ ମଧ୍ୟ ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ସଫଳତା ଓ ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିକଟରେ ନେପଲସ୍ ବିଶ୍ବବିଦ୍ୟାଳୟ କ୍ରୀଡାରେ ୧୦୦ମି. ଦୌଡରେ ଦୂତି ସ୍ବର୍ଣ୍ଣ ହାସଲ କରିଥୀଲେ। ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀଯ ମହିଳା ଆଥଲେଟ୍ ଏଥୀପାଇଁ ୧୧.୩୨ ସେକେଣ୍ଡ ସମଯ ନେଇଥୀଲେ।

ଏହି ଅବସରରେ ସେ ସୂଚନା ଦେଇ କହିଛନ୍ତି, ୨୦୨୦ ଟୋକିଓ ଅଲମ୍ପିକରେ ଭାରତ ଲାଗି ସ୍ବର୍ଣ୍ଣ ଜିତିବା ମୂଳ ଲକ୍ଷ୍ୟ।

ଏନେଇ ଦୂତୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.