Latest Odisha News

BREAKING NEWS

ଶାହଙ୍କ ବୟାନ ପରେ ବିଜେଡିର ଆକ୍ରମଣାତ୍ମକ ଜବାବ, ଅସ୍ମିତାକୁ ନେଇ ହେବ ଜୋରଦାର ଲଢ଼େଇ

ଭୁବନେଶ୍ୱର: ଚଳିତ ନିର୍ବାଚନ ଓଡ଼ିଆ ଅସ୍ମିତାକୁ ନେଇ ହେବ କି ଲଢ଼େଇ? ଏପ୍ରିଲ 19ରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ଆଭିମୁଖ୍ୟକୁ ନେଇ ଅସ୍ମିତାର କାର୍ଡ ଖେଳିବା ଏବଂ ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଲୁଙ୍ଗି ପରିଧାନ କରି ଦଳର ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରିବା ରାଜନୀତିକୁ ରୋଚକ କରିଦେଇଛି |

BjdElectrycity

ପରବର୍ତ୍ତୀ ସମୟରେ ଶାସକ ବିଜେଡି ଓ ବିରୋଧୀ ବିଜେପି ନେତାଙ୍କ ମଧ୍ୟରେ ଯେଉଁ ବୟାନବାଜି ହୋଇଛି ଏହା ସ୍ପଷ୍ଟ କରୁଛି ଯେ ନିର୍ବାଚନରେ ଅସ୍ମିତା ଏକ ବଡ଼ ପ୍ରସଙ୍ଗ ହୋଇପାରେ।

ଅସ୍ମିତା: ଅସ୍ତିତ୍ବ’ ଓ ‘ପରିଚୟ’। ବିଭିନ୍ନ ସମୟରେ ବିରୋଧୀ ଅଭିଯୋଗ କରି ଆସୁଛନ୍ତି, ରାଜ୍ୟରେ ଓଡ଼ିଆଙ୍କ ଶାସନ ନାହିଁ। ବାହାର ରାଜ୍ୟର ବ୍ୟବସାୟୀ ଏବଂ ସରକାରୀ ସ୍ତରରେ ଅଣ ଓଡ଼ିଆଙ୍କ ପ୍ରଭାବ ବୃଦ୍ଧି ପାଉଥିବାରୁ ଓଡ଼ିଆ ଭାଷା ଏବଂ ଓଡ଼ିଆଙ୍କ ପ୍ରଭାବ ରାଜ୍ୟରେ ଗୌଣ ହେଉଛି। ଏହା ବିରୋଧୀଙ୍କ ଆଭିମୁଖ୍ୟ ହୋଇଆସିଛି ।

ଏକ ଘରୋଇ ଚିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, କେଉଁ କାରଣ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି ସହ ମେଣ୍ଟ ହେଲା ନାହିଁ। କାରଣ ପଛର ମୂଳ ପ୍ରସଙ୍ଗ କହିଛନ୍ତି, ଓଡ଼ିଆଙ୍କ ସ୍ବାଭିମାନ, ଓଡ଼ିଆ ଭାଷା, ରୋଜଗାର ଭଳି କିଛି ମୌଳିକ ପ୍ରସଙ୍ଗ। ଏହି ପ୍ରସଙ୍ଗ କଥା ଉଲ୍ଲେଖ କରି ରାଜ୍ୟର ଶାସକ ଦଳ ବିଜେଡିକୁ ଭୋଟ୍ ଦେବା ପରିବର୍ତ୍ତେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଶାହ।

ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ହେବ ଗଂଜାମ ହିଞ୍ଜଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ସେହିପରି ଚଳିତଥର ବଲାଙ୍ଗୀର କଂଟାବାଞ୍ଜିରୁ ମଧ୍ୟ ନାମାଙ୍କନ ଭରିବାକୁ ଯାଉଛନ୍ତି। ଏହି ଦୁଇ ସ୍ଥାନରେ ମୁଖ୍ୟ ମୁଦ୍ଦା ହେଉଛି ଦାଦନ ସମସ୍ୟା। ପେଟ ଚାଖଣ୍ଡ ପାଇଁ ଏଠିକାର ଲୋକେ ପରିବାର ଛାଡି ଦାଦନ ଖଟିବାକୁ ଯାଇଥାନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ଏହାକୁ ବିଭିନ୍ନ ସମୟରେ ପ୍ରସଙ୍ଗ କରି ଜବାବ ଦିଏ। ଯେତେବେଳେ ସରକାର ତାଙ୍କ ସଫଳତାର ଢୋଲ ପିଟନ୍ତି।

ସେହିପରି ରାଜ୍ୟରେ ଅଣ ଓଡ଼ିଆଙ୍କ କଥା ଉଠିବା ପରେ ଫେବୃଆରୀରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏପରି କରି ରାଜ୍ୟ ସରକାର ବା ଶାସକ ବିଜୁ ଜନତା ଦଳ ନିଜ ଉପରେ ଲାଗିଥିବା ବିଭିନ୍ନ ଦାଗକୁ ଛଡାଇବାକୁ ପ୍ରୟାସ କରିଛନ୍ତି।

ସେହିପରି କେନ୍ଦ୍ରର ବିଜେପି ସରକାର ରାମ ମନ୍ଦିର ତିଆରି କରି ଗୋଟିଏ ବଡ ପ୍ରତିଶ୍ରୁତି ପୂରଣ କରିଛି କହି ଦେଶରେ ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ହାତେଇବାରେ ସଫଳ ହେବ ବୋଲି କହୁଛି। ସେହିପରି ଏଠାରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜରିଆରେ ବିଜେଡି ସରକାର ଓଡ଼ିଆଙ୍କ ପରିଚୟ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛି ବୋଲି କୁହାଯାଉଛି।

ହେଲେ ଗତ ସପ୍ତାହରେ ପୁରୀରେ ପଞ୍ଚୁଦୋଳା ପଡ଼ିଆରେ ପ୍ରବଳ ଖରାରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଏକ ପଲିଥିନ୍ ଭିତରେ ଘୋଡ଼ାଇ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି। ଶାସକ ବିଜେଡି ଏହି ପଡ଼ିଆରେ ଏକ ବୈଠକ କରିଥିବା କୁହାଯାଉଛି। ମୂର୍ତ୍ତିର ଏଭଳି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଜଣାପଡିଛି । ଯାହାକୁ ବିରୋଧୀ ମଧ୍ୟ କଡା ସମାଲୋଚନା କରିଥିବା ବେଳେ ଶାସକ ଦଳ ନିରବ ରହିଛି।

ତେଣୁ ଏହି ସବୁ ପ୍ରସଙ୍ଗକୁ ଯେତେବେଳେ ବିଜେପିର ଶୀର୍ଷ ନେତା ପ୍ରସଙ୍ଗ ହେବ ବୋଲି କହିବା ପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି। ଯାହାକୁ ବିଜେଡି ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେବାକୁ ଅଣ୍ଟା ଭିଡିଥିବା କୁହାଯାଉଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ପ୍ରଚାର ତାଲିକାର ଦୁଇ ନମ୍ବର ତାଲିକାରେ ଥିବା ଭି. କେ ପାଣ୍ଡିଆନ ବୁଧବାରଠୁ ପ୍ରଚାର କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସୋମବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ସମ୍ବଲପୁରୀ ଲୁଙ୍ଗି ପିନ୍ଧି ଯୋଡା ଶଙ୍ଖ ଚିହ୍ନରେ ଅର୍ଥାତ୍ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ନବୀନ ପଟ୍ଟନାୟକ ସଂପୃକ୍ତ ଭିଡିଓରେ ଲୁଙ୍ଗିରେ ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ମଙ୍ଗଳବାର ଲଇକେରାରେ ପ୍ରଚାର ବେଳେ ନବୀନଙ୍କ ଭିଡିଓକୁ ସମାଲୋଚନା କରିଛନ୍ତି।

ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ‘ଆପଣମାନେ ସମସ୍ତେ ଆମ ନବୀନ ବାବୁଙ୍କୁ ଲୁଙ୍ଗି ଓ ଯୋଡ଼ା ଶଙ୍ଖରେ ଦେଖିଥିବେ। ଜଣେ ଗୁମାସ୍ତା ଅଛନ୍ତି ଯିଏ ଅନେକ କାମ କରୁଛନ୍ତି। ଅନ୍ତତଃ ନବୀନ ବାବୁଙ୍କ ଭଳି ଜଣେ ବୟସ୍କ ବ୍ୟକ୍ତିଙ୍କୁ ପାଇଜାମା ଓ କୁର୍ତା ପୋଷାକ ପିନ୍ଧିବା ଉଚିତ। ନବୀନ ବାବୁଙ୍କ ଭଳି ଜଣେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ମୋର ସମ୍ମାନ ରହିଛି। ଗୁମାସ୍ତା ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଏପରି କରିବା ଉଚିତ୍ ଥିଲା କି?’

ଜବାବରେ ବିଜେଡି ନେତା ଲୁଙ୍ଗି ପିନ୍ଧି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଜବାବ ଦେଇଥିବା କୁହାଯାଉଛି। ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟରେ ହସ୍ତତନ୍ତ ଶିଳ୍ପର ନିଜସ୍ୱ ଅର୍ଥନୀତି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତତନ୍ତ କ୍ଷେତ୍ର ଓ ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି। ସେ ଓଡ଼ିଶା ଓ ସମ୍ବଲପୁରର ସଂସ୍କୃତିକୁ ଆଘାତ ଦେଇଛନ୍ତି। ଜବାବରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ଯଦି ବିଜେଡି କୌଣସି ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରେ ତେବେ ବିଜେପି ତାଙ୍କୁ ସ୍ୱାଗତ କରିବ। ବିଜେଡି ଗୋଟିଏ ପରେ ଗୋଟିଏ ମିଥ୍ୟା ଅଭିଯୋଗ କରୁଛିl ‘’

Leave A Reply

Your email address will not be published.