Latest Odisha News

BREAKING NEWS

ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଣ୍ଟୁଛି ଅଭିଯୋଗ ଆଣି ଇସିଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି । ଲୋକମାନେ ଜୋଡି ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ଲୋକଙ୍କୁ ୨ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ କରୁଛି ବୋଲି ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଇଛି ବିଜେପି । ଏଥିସହ ଟଙ୍କା ବାଂଟିବା ଭିଡିଓକୁ ମଧ୍ୟ ଇସିଙ୍କ ନିକଟରେ ହସ୍ତାନ୍ତର କରିଛି ବିଜେପି ।

ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖାଯିବା ନେଇ ଦାବୀ କରିଛି ବିଜେପି । ଟଙ୍କା ବଣ୍ଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି ।

ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ଲୋକଙ୍କ ମନକୁ ପରିବର୍ତନ କରି ବିଜେଡିକୁ ଜୋଡି ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ସ୍ୱାଭିମାନୀ ଓଡ଼ିଆ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି । ପୂର୍ବ ନିର୍ବାଚନ ଗୁଡିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବଣ୍ଟା କାର୍ଯ୍ୟ  ଆପଣାଇଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ।

 

Comments are closed.