Latest Odisha News

BREAKING NEWS

ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀଲତା । ପୋଲିଂ ବୁଥ୍ ରେ ମୁସଲିମ ମହିଳାଙ୍କ ବୁର୍ଖା ଟେକି ପରିଚୟ ପତ୍ର ଯାଞ୍ଚ କରିବା ତାଙ୍କୁ ମହଙ୍ଗା ପଡିଛି । ଯାହାର ଭିଡିଓ ଭାଇରାଲ ହେବାପରେ ହାଇଦ୍ରାବାଦର ମଲକପେଟ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ଦେଶରେ ଆଜି ୪ର୍ଥ ପର୍ଯ୍ୟାୟରେ ୯୬ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଏହା ଭିତରେ ହାଇଦ୍ରାବାଦ ଲୋକସଭା ଆସନ ମଧ୍ୟ ରହିଛି । ଏହି ସମୟରେ କିଛି ବୁଥ୍ ବୁଲି ଦେଖିଥିଲେ ବାଧବୀ ଲତା । ଗୋଟିଏ ବୁଥ୍ ରେ କିଛି ମୁସଲମାନ ମହିଳାଙ୍କ ବୁର୍ଖା ଟେକି ତାଙ୍କୁ ପରିଚୟପତ୍ର ଦେଖାଇବାକୁ କହିଥିଲେ ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଏହି ଘଟଣାରେ ମାଧବୀ କହିଛନ୍ତି ଯେ, ମୁଁ ମୁସଲମାନ ମହିଳାଙ୍କ ପରିଚୟପତ୍ର ଯାଞ୍ଚ ପାଇଁ ସେମାନଙ୍କୁ ବୁର୍ଖା ଟେକିବାକୁ କହିଥିଲେ ଆଉ ମୁଁ କୌଣସି ଭୁଲ କରିନାହାନ୍ତି ବୋଲି କହିଛନ୍ତି ମାଧବୀ ଲତା । ସେ ଆହୁରି କହିଛନ୍ତି, ‘ମୁଁ ଜଣେ ପ୍ରାର୍ଥୀ ମୋର ସମ୍ପୂର୍ଣ୍ଣ ଅଧିକାର ଅଛି ପରିଚୟ ପତ୍ର ଯାଞ୍ଚ କରିବାର । ଆଉ ମୁଁ ଜଣେ ମହିଳା ପୁରୁଷ ନୁହଁ ଯେ, ଏହାକୁ ଏତେ ବଡ ପ୍ରସଙ୍ଗ କରାଯାଉଛି । ଯଦି କିଏ ଏହାକୁ ବଡ ପ୍ରସଙ୍ଗ କରେ ତେବେ ସେ ଭୟଭୀତ ଅଛି’ ।

ଅନ୍ୟପଟେ ଏହି ଘଟଣାରେ, ଜିଲ୍ଲା ନିର୍ବାଚନ ଅଧିକାରୀ ରୋନାଲ୍ଡ ରସ୍‌ କହିଛନ୍ତି ଯେ, ପ୍ରାର୍ଥୀମାନେ କୌଣସି ଭୋଟରଙ୍କ ପରିଚୟପତ୍ର ଯାଞ୍ଚ କରିପାରିବେ ନାହିଁ । ଏ ଅଧିକାର ତାଙ୍କୁ ଦିଆଯାଇ ନାହିଁ । ଯଦି ଭୋଟରଙ୍କ ପରିଚୟକୁ ନେଇ କାହା ଉପରେ ସନ୍ଦେହ ହୁଏ, ତା’ହେଲେ ନିକଟରେ ଥିବା ପୋଲିଂ ଅଧିକାରୀଙ୍କୁ ପରିଚୟ ଯାଞ୍ଚ କରିବାକୁ କହି ପାରିବେ ।

Comments are closed.