Latest Odisha News

ଅସ୍ତବ୍ୟସ୍ତ କଲାଣି ତାତି: ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରଭାବ କାରଣରୁ ଅଂଶୁଘାତରେ ଯାଉଛି ଜୀବନ । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ରେ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅଂଶୁଘାତରେ ମୋଟ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ, ସେଥିମଧ୍ୟରୁ ୫୦ଟି ମାମଲାର ତଦନ୍ତ ସରିଛି । ଯେଁଉଥିରେ ୩୦ଟି ଅଂଶୁଘାତ ଜନିତ ହୋଇଥିବାବେଳେ, ଅନ୍ୟ ୨୦ଟି ଅଂଶୁଘାତ ଜନିତ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ବାକି ୯୭ଟି ମୃତ୍ୟୁ ମାମଲାର ତଦନ୍ତ କାର୍ଯ୍ୟ ଶେଷ ହୋଇନଥିବା ସୂଚନା ରହିଛି ।

ଅନ୍ୟପଟେ ରାଜ୍ୟର ଷ୍ଟିଲ ସିଟିରେ ଦୁଇ ଦିନ ବର୍ଷା ପରେ ପୁଣି ଲେଉଟିଛି ତାତି । ବର୍ତ୍ତମାନ ସୁଦ୍ଧା ଅସ୍ୱାଭାବିକ ଭାବରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଛଅ ଜଣଙ୍କର ଗ୍ରୀଷ୍ମପ୍ରବାହ ଯୋଗୁ ମୃତ୍ୟୁ ହେଇଥିବା ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବଢ଼ୁଥିବା ଗ୍ରୀଷ୍ମ ପ୍ରଭାବକୁ ନଜରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Comments are closed.