Latest Odisha News

ବିଦ୍ୟୁତ୍ ଆଘାତରେ ୬ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟଣା, ୧ ଲକ୍ଷ ୪୭ ହଜାର ଟଙ୍କା ସହାୟତା ପାଇବେ ମାଲିକ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତୁଳସୀଡିଆ ଗାଁରେ ଆଜି ସକାଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଟି ଗାଈ, ୨ଟି ବାଛୁରୀ ଓ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଏହି ଘଟଣାରେ ଗୋ ସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟି.ପି.ସି.ଓ.ଡି.ଏଲ କୁ ସହାୟତା ଦେବାକୁ ଆଦେଶ ଦେଇଛନ୍ତି। ଓ.ଇ.ଆର୍.ସି ର ନିୟମ ଅନୁଯାୟୀ ଏହି ପ୍ରାଣୀମାନଙ୍କ ମାଲିକମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ। ଏହି ନିୟମ ଅନୁଯାୟୀ, ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା ମିଳିବା ଆବଶ୍ୟକ। ମୃତ ୬ ଟି ପ୍ରାଣୀଙ୍କ ୬ ଜଣ ମାଲିକ ସମୁଦାୟ ୧,୪୭,୦୦୦ ଟଙ୍କା ସହାୟତା ପାଇବେ ।

Comments are closed.