Latest Odisha News

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ସବଇନ୍ସପେକ୍ଟର

ପାରାଦୀପ: ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ସବଇନ୍ସପେକ୍ଟର । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ୨୯ ମେ ୨୦୨୪ରେ ଦାୟର ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଲିସ ବାବୁ । ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି। ପୁର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ପୋଲିସ ବାବୁଙ୍କୁ ସମସ୍ତ ଲାଞ୍ଚ ଟଙ୍କା ଦେଇଥିଲା । ସେହି ଲାଞ୍ଚ ଟଙ୍କା ନେଇ ଫେରୁଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ସେପଟେ ଶ୍ରୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

Comments are closed.