Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ନୀରଜ ନେବେ ଭାରତୀୟ ଆଥଲେଟିକ୍ସ ଟିମର ନେତୃତ୍ୱ

ନୂଆଦିଲ୍ଲୀ: ଆଉ ହତ ଗଣତି ଦିନ ପରେ ଆରମ୍ଭ ହେବ ପ୍ୟାରିସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଇତି ମଧ୍ୟରେ ଟିମ ଇଣ୍ଡିଆର ୨୮ ସଦସ୍ୟ ବିଶିଷ୍ଟ ଆଥଲେଟିକ୍ସ ଟିମର ନେତୃତ୍ୱ ଦାୟିତ୍ୱ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି । ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ନିକଟରେ ନୀରଜ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଡାଇମଣ୍ଡ ଲିଗରୁ ଓହରି ଯାଇଥିଲେ । ଭାରତୀୟ ଦଳରେ ୧୭ ପୁୁରୁଷ ଓ ୧୧ ମହିଳା ଆଥଲେଟ ରହିଛନ୍ତି । ଅଗଷ୍ଟ ୧ରୁ ୧୧ ପର୍ଯ୍ୟନ୍ତ ଟ୍ରାକ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଆୟୋଜିତ ହେବ ।

ଆଥଲେଟିକ୍ସ ଟିମ:
ପୁରୁଷ- ଅଭିନାଶ ସାବଲେ (୩୦୦୦ ମିଟର ଷ୍ଟିପଲଚେଜ), ନୀରଜ ଚୋପ୍ରା, କିଶୋର କୁମାର ଜେନା (ଜାଭେଲିନ ଥ୍ରୋ), ତାଜିନ୍ଦର ପାଲ ସିଂ ଟୁର (ଶଟପୁଟ), ପ୍ରବୀଣ ଚିଥରଭେଲ୍ଲା, ଅବୁଲ୍ଲା ଅବୁବାକର ( ଟ୍ରିପଲ ଜମ୍ପ), ଅକ୍ଷଦୀପ ସିଂ, ବିକାଶ ସିଂ, ପରମଜିତ ସିଂ (୨୦କିମି ରେସ ୱାକ), ମହମ୍ମଦ ଅନାସ, ମହମ୍ମଦ ଆଜମଲ, ଅମୋଜ ଜାକବ, ସନ୍ତୋଷ ତାମିଲାରାସନ, ରାଜେଶ ରମେଶ (୪ ଗୁଣନ ୪୦୦ମିଟର ରିଲେ), ମିଜୋ ଚାକୋ କୁରିଆନ (୪ ଗୁଣନ ୪୦୦ ରିଲେ), ସୂରଜ ପନୱର (ରେସ ୱାକ, ମିକ୍ସଡ ମାରାଥନ), ସର୍ବେଶ ଅନୀଲ କୁଶାରେ (ହାଇ ଜମ୍ପ) ।

ମହିଳା- କିରନ ପହଲ (୪୦୦ ମିଟର), ପାରୁଲ ଚୌଧୁରୀ ( ୩୦୦୦, ୫୦୦୦ ମିଟର ଷ୍ଟିପଲଚେ୍‌), ଜ୍ୟୋତି ୟାରାଜୀ(୧୦୦ ମିଟର ହର୍ଡଲ୍ସ), ଅନ୍ନୁ ରାନୀ (ଜାଭେଲିନ ଥ୍ରୋ), ଆଭା ଖଟୁଆ (ଶଟପୁଟ), ଜ୍ୟୋତିକା ଶ୍ରୀ ଦାଣ୍ଡି, ଶୁଭ ଭେଙ୍କେଟେଶ, ଭିଥ୍ୟା ରାମରାଜୀ, ପୂଭମା ଏମଆର ( ୪ଗୁଣନ୪୦୦ ମିଟର ରିଲେ), ପ୍ରାୁୀ (୪ଗୁଣନ୪୦୦ମିଟର), ପ୍ରିୟଙ୍କା ଗୋସ୍ୱାମୀ (୨୦ କିମି ରେସ ୱାକ, ମିକ୍ସଡ ମାରାଥନ) ।

Comments are closed.