Latest Odisha News

BREAKING NEWS

ଆଇସକ୍ରିମ: ପାଟିକୁ ଥଣ୍ଡା, ଦେହକୁ ଗରମ

ଭୁବନେଶ୍ଵର: ଆଇସକ୍ରିମ, କାହାକୁ ବା ଭଲ ନ ଲାଗେ । ଖରାଦିନ ହେଉ କିମ୍ବା ବର୍ଷାଦିନ, ଏପରିକି ଶୀତ ଦିନରେ ବି ଅଧିକାଂଶ ଲୋକେ ଆଇସକ୍ରିମ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଖରାରେ ଆଇସକ୍ରିମ ଖାଇବା ଗୋଟେ ସାଧାରଣ କଥା । ତାପମାତ୍ରା ଯେତେ ଯେତେ ବଢିବାକୁ ଲାଗେ ଆଇସକ୍ରିମର ଚାହିଦା ସେତେ ସେତେ ବଢେ । ସାଧାରଣତଃ ଆମେ ଭାବୁ ଯେ ଆଇସକ୍ରିମ ଖାଇଲେ ଆମ ଶରୀରକୁ ଥଣ୍ଡା ମିଳିବା ସହ ଗରମରୁ ମୁକ୍ତି ମିଳେ । କଣ ସତରେ ଆଇସକ୍ରିମ ଆମ ଶରୀରକୁ ଥଣ୍ଡା ଦେଇଥାଏ….

ତେବେ କହିରଖୁଛୁ ଯେ, ଏହା ସମ୍ପୁର୍ଣ୍ଣ ଭୁଲ ତଥ୍ୟା ଯେ ଆଇସକ୍ରିମ ଆମ ଶରୀରକୁ ଥଣ୍ଡା ପ୍ରଦାନ କରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଆଇସକ୍ରିମ ଯଦିଓ ଆମ ପାଟିକୁ ଥଣ୍ଡା ଲାଗେ କିନ୍ତୁ ଏହା ଶରୀରର ତାପମାତ୍ରା ଅଧିକ କରେ । ବାସ୍ତବରେ ଆଇସକ୍ରିମରେ କ୍ଷୀରର ମାତ୍ରା ଅଧିକ ପରିମାଣରେ ଥାଏ । କ୍ଷୀର ସହ ଆଇସକ୍ରିମରେ ଚର୍ବି ଅଂଶ ମଧ୍ୟ ଅଧିକ ଥାଏ । ଏହାକୁ ଖାଇବା ସମୟରେ ଶରୀରରେ ଆହାର-ଏଡିଟୋରିନ ଏସିଡ୍ ନାମକ ପ୍ରକ୍ରିୟା ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟା ଖାଉଥିବା ଖାଦ୍ୟ ପାଚନ ସମୟରେ ଶରୀରରେ ଉତ୍ତାପ ସୃଷ୍ଟି କରେ ।

କ୍ଷୀରରେ ମିଳୁଥିବା ଚର୍ବିରେ କାର୍ବୋହାଇଡ୍ରେଟ୍ କିମ୍ବା ପ୍ରୋଟିନ୍ ପରି ଅନ୍ୟ ପୋଷକ ତତ୍ତ୍ୱ ଅପେକ୍ଷା ଅଧିକ ଶକ୍ତି ଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଶରୀରରେ ଚର୍ବି ଗଚ୍ଛିତ ହୁଏ ସେତେବେଳେ ଶରୀରକୁ ଅଧିକ ଉତ୍ତାପ ଦେଇଥାଏ । ଫଳରେ ଗରମ ଅଧିକ ହୋଇଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଆମେ ଆଇସକ୍ରିମ ଖାଇଥାଉ ତାହା ପାଟିକୁ ଥଣ୍ଡା ଲାଗିଥାଏ ସତ କିନ୍ତୁ ଶରୀରରକୁ ଏହା ଗରମ କରିଥାଏ ।

Comments are closed.