Latest Odisha News

BREAKING NEWS

ଅଜୟ, ଶାହରୁଖ ଓ ଅକ୍ଷୟଙ୍କୁ ବାଡେଇବା ଦରକାର, କାହିଁକି ଏଭଳି କହିଲେ ମୁକେଶ ଖାନ୍ନା

ମୁମ୍ବାଇ: ‘ଶକ୍ତିମାନ’ ଏବଂ ‘ମହାଭାରତ’ ଭଳି ଟିଭି ଶୋ ସହିତ ଦେଶର ପ୍ରତ୍ୟେକ ପରିବାର ପରିଚିତ। ଏଥିସହ ମୁକେଶ ଖାନ୍ନା ମଧ୍ୟ ଘରେଘରେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି।

ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତ ରଖିଥାନ୍ତି। ନିକଟ ରେ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କ ଦ୍ୱାରା କରାଯାଇଥିବା ପାନ ମସଲା ବିଜ୍ଞାପନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବିଜ୍ଞାପନ ବନ୍ଦ କରିବାକୁ ମଧ୍ଯ ଅନୁରୋଧ କରିଛନ୍ତି।

ମୁକେଶ ଖାନ୍ନା ହିନ୍ଦୀ ସିନେମାର ଏହି ସୁପରଷ୍ଟାରଙ୍କୁ ଅନୁରୋଧ କରିଛନ୍ତି ଯେ ଏପରି ଜିନିଷର ପ୍ରଚାର କରନ୍ତୁ ନାହଁ, ଯାହା ଲୋକଙ୍କୁ କ୍ଷତି ପହଞ୍ଚାଇବ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏଭଳି ବିଜ୍ଞାପନ କରୁଥିବା ଅଭିନେତାମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

Comments are closed.