Latest Odisha News

BREAKING NEWS

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ।

ଏଥିପାଇଁ ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆବଶ୍ୟକ ହେଲେ ୨୨ ତାରିଖ ଦିନ ୧୨ଟା ୩୦ରୁ ୨ ଟା ମଧ୍ୟରେ ଭୋଟଗ୍ରହଣ ହେବ । ୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ।

ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ ସମିତି ଗୁଡିକ ହେଲା ଗଞ୍ଜାମର କବିସୂର୍ଯ୍ୟନଗର, କୁକୁଡାଖଣ୍ଡି ଓ ଖଲ୍ଲିକୋଟ। କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡର ଭାପୁରରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।

Comments are closed.