Latest Odisha News

BREAKING NEWS

ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଅଭାବନୀୟ ଘଟଣା। ଏଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି। ତେବେ ମଦ ବିଷାକ୍ତ ଥିବାରୁ ସମସ୍ତେ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି। ସମସ୍ତେ ମେଡିକାଲରେ ଭର୍ତ୍ତି ଅଛନ୍ତି ।

ବିଷାକ୍ତ ଦେଶୀ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। କରବାଲୁଆ ଏବଂ ଆଖ ପାଖ ଗାଁର କିଛି ଲୋକ ନିକଟସ୍ଥ ଗାଁ ମାଉନ୍ଦପୁର ଠାରେ ଦେଶୀ ମଦ ପିଇବା ପରେ ପ୍ରବଳ ଝାଡା ବନ୍ଦି ହୋଇଥିଲା । ପରେ ସମସ୍ତେ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଧିକାଂଶ ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର ବୋଲି ଜଣାପଡିଛି। ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଟିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମେଡିକାଲ ଯଆଇ ସ୍ଥିତିର ସମୀକ୍ଷା କରିଛନ୍ତି। ପୋଲିସ ମାମଲାର ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।

 

Comments are closed.