Latest Odisha News

BREAKING NEWS

ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ମାଈ ହାତୀ ‘ମାମା’ର ମୃତ୍ୟୁ ଘଟିଛି । ୭ ବର୍ଷର ହାତୀ ଛୁଆ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଡିଏଫଓ ।

ତେବେ ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ ‘ମାମା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ‘ମାମା’ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।

ସୂଚନା ଅନୁସାରେ, ୨୦୧୭ରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ ମାମାର ଜନ୍ମ ହୋଇଥିଲା । ପରେ ସେ ନିଜ ମାଆ ଓ ହାତୀ ଦଳ ଠାରୁ ଅଲଗା ହୋଇଯାଇଥିଲା । ତାକୁ ମାର୍ଚ୍ଚ ୩ରେ ରାମେଶ୍ୱରରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା । ସେଠାରୁ ୨୦୨୩ ମାର୍ଚ୍ଚ ୮ରେ ଡମପଡା କୁମାରଖୁଣ୍ଟିକୁ ପ୍ରଶିକ୍ଷଣ ପାଇଁ ଅଣାଯାଇଥିଲା।

ନିକଟରେ ଚନ୍ଦକା ଅଭୟାରଣ୍ୟରେ ପୁରୁମା ହାତୀ ‘ରାମୁ’ର ମୃତ୍ୟୁ ହୋଇଥିଲା ।

Comments are closed.