Latest Odisha News

ତିରୁପତି ଲଡୁ ବିବାଦ; ମୁହାଁମୁହିଁ ହେଲେ ଦୁଇ ସୁପରଷ୍ଟାର

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାର ତିରୁପତି ମନ୍ଦିରର ‘ଲଡୁ ପ୍ରସାଦ’ ପଶୁ ଚର୍ବି ମିଶ୍ରଣକୁ ନେଇ ବିବାଦ ଲାଗି ରହିଛି। ଗତ କିଛି ଦିନ ହେବ ଏହାକୁ ନେଇ ତର୍କବିତର୍କ ଚାଲିଛି। ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାରଙ୍କ ବୟାନକୁ ଚର୍ଚ୍ଚା ଜୋର ଧରିଛି।

ଅଭିନେତା ତଥା ନିର୍ଦ୍ଦେଶକ ପ୍ରକାଶ ରାଜ ଏବଂ ପାୱାର ଷ୍ଟାର ପୱନ କଲ୍ୟାଣଙ୍କ ମଧ୍ୟରେ ବିତର୍କ ଦେଖାଦେଇଛି।

ପ୍ରକାଶ ରାଜ ଟ୍ୱିଟରରେ ପୱନଙ୍କ ଉଦ୍ଦେଶ୍ଯରେ ଲେଖିଛନ୍ତି, “ପ୍ରିୟ ପୱନ କଲ୍ୟାଣ! ଏହା ଏପରି ଏକ ରାଜ୍ୟରେ ଘଟିଛି ଯେଉଁଠି ଆପଣ ନିଜେ ଡେପୁଟି ସିଏମ୍ ଅଛନ୍ତି। ଦୟାକରି ତଦନ୍ତ କରନ୍ତୁ, ଦୋଷୀମାନଙ୍କୁ ଖୋଜ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଆପଣ କାହିଁକି ଏହି ସମସ୍ୟାକୁ ନ୍ୟାସନାଲ ଇସ୍ୟୁ କରୁଛନ୍ତି? କେନ୍ଦ୍ରରେ ବସିଥିବା ଆପଣଙ୍କ ସାଙ୍ଗମାନଙ୍କ ଯୋଗୁଁ ଦେଶରେ ପୂର୍ବରୁ ଅନେକ ସାମ୍ପ୍ରଦାୟିକ ତିକ୍ତତା ଦେଖାଦେଇଛି। ”

ଯାହାପର ରାଗି ଯାଇଥିଲେ ପୱନ କଲ୍ୟାଣ ଏବଂ ପ୍ରେସମିଟ୍ କରି ପ୍ରକାଶଙ୍କ ଉପରେ ବର୍ଷିଥିଲେ।

ପୱନଙ୍କ ପ୍ରେସମିଟ୍ ପରେ ଏକ ଭିଡିଓ ସେୟାର କରି ପ୍ରକାଶ ରାଜ କହିଛନ୍ତି ଯେ ସେ ବର୍ତ୍ତମାନ ସୁଟିଂ ପାଇଁ ବାହାରେ ଅଛି ଏବଂ କ୍ୟାପସନରେ ସେ ଲେଖିଛନ୍ତି, “ପ୍ରିୟ ପୱନ କଲ୍ୟାଣ ଗାରୁ। ମୁଁ ତୁମର ପ୍ରେସ୍ ମିଟ୍ ଦେଖିଲି, ମୁଁ କ’ଣ କହିଲି ଏବଂ ତୁମେ ଯାହା ବୁଝିଲ ତାହା ଆଶ୍ଚର୍ଯ୍ୟଜନକ ଥିଲା। ମୁଁ ବିଦେଶରେ ଶୁଟିଂ କରୁଛି, ତୁମର ପ୍ରଶ୍ନର ଉତ୍ତର ଦେବାକୁ ଫେରିବି। ସେପର୍ଯ୍ୟନ୍ତ ତୁମେ ମୋର ପୁରୁଣା ଟ୍ୱିଟ୍ ଦେଖି ପାରିବ ଏବଂ ମୁଁ ଯାହା କହିଥିଲି ବୁଝି ପାରିବ। ”

 

Leave A Reply

Your email address will not be published.