Latest Odisha News

ବଢିଲା ସୁନା ଦର, ଜାଣନ୍ତୁ କେତେ….

ଭୁବନେଶ୍ବର: ପୁଣି ବଢିଲା ସୁନା ଦର । ଆଜି ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ର ନୂଆ ଦର । ଯଦି ଆପଣ ସୁନା କିଣିବାକୁ ଯାଉଥାନ୍ତି ତେବେ ପ୍ରଥମେ ଏହି ଦର ବିଷୟରେ ଜାଣିନିଅନ୍ତୁ ।

ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ଘରୋଇ ବଜାରରେ ସୁନା ୭୬ ହଜାର ଟଙ୍କା ଅତିକ୍ରମ କରିଛି ।

ବୁଧବାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୭୦ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୬ ହଜାର ୩୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୭୦ ହଜାର ୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୭୬ ହଜାର ୩୫୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୦,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୧୫୦ଟଙ୍କା ରହିଛି ।

ତେବେ ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୯,୮୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୬,୧୬୦ ଟଙ୍କା ରହିଥିଲା ।

Leave A Reply

Your email address will not be published.