Latest Odisha News

BREAKING NEWS

ଶୀତ ଦିନେ ପାଦ ହୋଇଯାଉଛି କି ଥଣ୍ଡା, ତେବେ ହେଳା ନ କରି ଶ୍ରୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ଵର: ଶରୀର ଥିଲେ ରୋଗ ଅଛି, ହେଲେ ସମୟ ପୂର୍ବରୁ ଏହି ରୋଗର ନିରାକରଣ କରିବା ବୁଦ୍ଧିମାନର କାର୍ଯ୍ୟ । ଶୀତ ଦିନ ଆସିଲେ ସାଧାରଣତଃ ବିଭିନ୍ନ ପ୍ରକାରର ସମସ୍ୟା ବୃଦ୍ଧି ଘଟେ । ସେଥିମଧ୍ୟରୁ ହାତ ଗୋଡା ଫୁଲା ବା ବିନ୍ଧା ଏକ । ଯଦି ଏହି ରୋଗକୁ ହେଳା କରାଯାଏ ତେବେ ଏହା ମାରାତ୍ମକ ହୋଇପାରେ । ତେଣୁ ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ତେବେ ଯଦି ଶୀତ ଦିନେ ଆପଣଙ୍କ ପାଦ ଥଣ୍ଡା ହୋଇଯାଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କରଣ ଏହି ସମସ୍ତ ଲକ୍ଷଣ ହୋଇପାରେ ଏହିସବୁ ରୋଗର କାରଣ ।

ହାଇପୋଥାଏରଡିଜମ

ଏହାର ଅର୍ଥ ଆପଣଙ୍କୁ ଥାଏରଏଡ ସମ୍ପର୍କିତ ରୋଗର ସମସ୍ୟା ରହିଛି । ଏହା ଏପରି ଏକ ଅବସ୍ଥା ଯେଉଁଠି ଶରୀର ପର୍ଯ୍ୟାପ୍ତ ହରମୋନ ଉତ୍ପାଦନ କରିପାରିନଥାଏ । ଏହି ହରମୋନ ଆପଣଙ୍କ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଶୀତ ଦିନେ ଆପଣଙ୍କ ପାଦ ସର୍ବଦା ଥଣ୍ଡା ରହୁଛି । ତେବେ ଆପଣଙ୍କୁ ହାଇପୋଥାଏରଡିଜମ ହୋଇପାରେ ।

ଡାଏବେଟିସ୍‌

ଏହି ରୋଗରେ ବ୍ୟକ୍ତିଙ୍କର ହାଇ ବ୍ଲଡ ସୁଗାର ହେବା ସ୍ୱାଭାବିକ । ବାରମ୍ବାର ପରିସ୍ରା ଆସିବା ବା ଇନଫେକସନ୍‌ ଏହି ରୋଗର ପ୍ରଧାନ ଲକ୍ଷଣ । ଯଦି ଆପଣଙ୍କ ଘା’ ଶୀଘ୍ର ନ ଶୁଖୁଛି ତେବେ ଏହା ଡାଏବେଟିସ ଲକ୍ଷଣ । ଡାକ୍ତରଙ୍କ ର୍ଅନୁଯାୟୀ ଥଣ୍ଡା ପାଦ ମଧ୍ୟ ଡାଇବେଟିସ ରୋଗର ପ୍ରାରମ୍ଭିକ ଲକ୍ଷଣ ।

ହାଇ କୋଲେଷ୍ଟ୍ରାଲ

ଏହି ସମସ୍ୟା ଶରୀରରେ ରକ୍ତ ପ୍ରବାହରେ ଅସୁବିଧା ଦେଖାଇଥାଏ । ଯେଉଁଥିପାଇଁ ଆମର ହାତ ଓ ପାଦ ସର୍ବଦା ଥଣ୍ଡା ରହିଥାଏ । ହାଇ କୋଲେଷ୍ଟ୍ରାଲ ଷ୍ଟ୍ରୋକ ଓ ହାର୍ଟ ଆଟାକ ଭଳି ରୋଗ ଆଣିପାରେ ।

ଷ୍ଟ୍ରେସ

ଷ୍ଟ୍ରେସ ନେବା ଦ୍ୱାରା ଆମ ଶରୀରରେ ବ୍ଲଡ ପ୍ରଭାବିତ ହୋଇଥାଏ । ଶରୀରରେ ଖରାପ ବ୍ଲଡ ଫ୍ଲୋ ଆଙ୍ଗୁଳି ଓ ହାତ ଥଣ୍ଡା ପଡ଼ିବା କାରଣ ହୋଇପାରେ ।

 

Leave A Reply

Your email address will not be published.