Latest Odisha News

BREAKING NEWS

ମା’ ସାଜିଲା ରାକ୍ଷସୀ: ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି ଲୋମଟାଙ୍କୁରା ଘଟଣା । ସ୍ବାମୀ ଥାଉ ଥାଉ ପରକୀୟା ପ୍ରିତିରେ ବୁଡି ରହୁଥିଲା ମାଆ । ବିରୋଧ କରିବାରୁ ପିଲାଙ୍କୁ ଚେଙ୍କ ଦେଉଥିଲା ମାଆର ପ୍ରେମିକ । ଖବରପାଇ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ ।

ଖବର ମୁତାବକ, ରାଜଧାନୀର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ସମ୍ପର୍କ । ଏମିତିକି ସବୁଦିନ ଘରକୁ ଯିବା ଆସିବା କରୁଥିଲା ପ୍ରେମିକ । ଯାହାକୁ ବରଦାସ୍ତ କରି ନପାରି ବିରୋଧ କରିଥିଲେ ଦୁଇ ଭାଇ ଭଉଣୀ ।

ଏହାପରେ ରାଗିଯାଇ ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ଶଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ । ତାହା ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ମଧ୍ୟ ଏହା ଦେଖି ଚୁପ୍ ରହୁଥିଲା ।

ଖବର ପାଇ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି । ଏହାସହ ମାଆକୁ ଅଟକ ରଖି ଜେରା କରୁଛି । ସେପଟେ ଏପରି ଅମାନବନୀୟ କାଣ୍ଡ ଖଟାଇଥିବା ପ୍ରେମିକକୁ ଧରିବା ପାଇଁ ଚଢାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୋଲିସ ।

Leave A Reply

Your email address will not be published.