Latest Odisha News

ବିଷାକ୍ତ ବାୟୁରୁ ନିଜ ସ୍ୱାସ୍ଥ୍ୟକୁ ରକ୍ଷା କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଭୁବନେଶ୍ୱର: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ l ଦିଲ୍ଲୀର କିଛି ଅଞ୍ଚଳରେ AQI ସ୍ତର 506, 473, 472, 471 ଆଦିରେ ପହଞ୍ଚିଛି l ପରିସ୍ଥିତି ଏପରି ଯେ ଲୋକମାନଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହେଉଛି l ଅଣନିଶ୍ୱାସୀ ହେଇଯାଉଛନ୍ତି ପିଲାଙ୍କଠୁ ବୟସ୍କ l ସହରରେ ଏବେ ବିଷାକ୍ତ ବାୟୁ ଏତେ ପରିମାଣର ବ୍ୟାପିଛି ଯେ କେତେକ ଲୋକଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଲାଣି l ରାଜଧାନୀର 14 ଟି ସ୍ଥାନରେ AQI ବର୍ତ୍ତମାନ 450 ରୁ ଅଧିକ ରହିଛି l ଜାହାଙ୍ଗୀରପୁରର AQI ଗତକାଲି ସକାଳେ 500 ଅତିକ୍ରମ କରିଥିଲା l

ପ୍ରଦୂଷଣ ବୃଦ୍ଧି ଯୋଗୁଁ ନବଜାତ ଶିଶୁମାନଙ୍କର ଓଜନ ମଧ୍ୟ ହ୍ରାସ ପାଇଛି l ନାଇଟ୍ରସ୍ ଅକ୍ସାଇଡ୍ ମିଶା ବାୟୁକୁ ନିଶ୍ୱାସରେ ନେବା 16% ଗର୍ଭପାର କାରଣ ବୋଲି କୁହାଯାଉଛି l ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ ହେତୁ ଭାରତରେ ପ୍ରାୟ 17 ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି। WHO ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ 70 ଲକ୍ଷ ଲୋକ ବିଷାକ୍ତ ବାୟୁ ଯୋଗୁଁ ମୃତ୍ୟୁବରଣ କରନ୍ତି l ଗୋଟିଏ ପଟେ ପ୍ରଦୂଷଣର ବିପଦ ଥିବା ବେଳେ ଏବେ ବଢିଛି ଶୀତର ପ୍ରକୋପ l ଏସବୁରୁ କିପରି ଲୋକେ ନିଜକୁ ରକ୍ଷା କରିବେ ସେନେଇ ଚିନ୍ତାରେ ଦିଲ୍ଲୀବାସୀ l ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସମସ୍ତ ଟିପ୍ସ …

  • ପ୍ରଦୂଷଣ ଆମ ଶରୀରର ଅଧିକାଂଶ ଅଙ୍ଗକୁ ପ୍ରଭାବିତ କରିଥାଏ l ବିଶେଷକରି ଏହା ଫୁସଫୁସ ଉପରେ ବେଶୀ ପ୍ରଭାବ ପକାଏ l ଫୁସଫୁସକୁ ଏହି ବିଷାକ୍ତ ବାୟୁରୁ ରକ୍ଷା କରିବା ପାଇଁ ପ୍ରତିଦିନ କ୍ୱାଥ ପିଅନ୍ତୁ l ଜଷ୍ଟିମଧୁ ମଧ୍ୟ ଫୁଟାଇ ପିଇ ପାରିବେ l ଏଥିସହ ଚଣା ଡାଲିରେ ରୁଟି କରି ଖାଆନ୍ତୁ l
  • କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ, ଲାଉ ସୁପ, ଲାଉ ତରକାରୀ, ଲାଉ ଜୁସ ଆଦି କରି ଖାଇପାରିବେ l
  • ଯଦି ଆପଣଙ୍କର ଥାଇରଏଡ ଥାଏ ତେବେ ଏଥିରୁ ମୁକ୍ତି ପାଇଁ ସକାଳେ ଆପଲ୍ ସାଇଡର୍ ଭିନେଗାର, ରାତିରେ ହଳଦୀ କ୍ଷୀର ପିଅନ୍ତୁ l କିଛି ସମୟ ସୂର୍ଯ୍ୟକିରଣରେ ବସିବା ସହ ନଡ଼ିଆ ତେଲରେ ଖାଦ୍ୟ ରାନ୍ଧି ଖାଆନ୍ତୁ l ଏଥିପାଇଁ ଦିନକୁ 7 ଘଣ୍ଟା ନିହାତି ଶୁଅନ୍ତୁ ଏବଂ ଦିନକୁ 30 ମିନିଟ୍ ପାଇଁ ଯୋଗ କରନ୍ତୁ l
  • କିଡନୀକୁ ରକ୍ଷା କରିବା ପାଇଁ ସକାଳେ ନିମ୍ବ ପତ୍ରର ରସ ଏବଂ ସନ୍ଧ୍ୟାରେ ପିପ୍ପଳୀ ପତ୍ରର ରସ ପିଅନ୍ତୁ l
  • ମଧୁମେହ ରୋଗୀ କାକୁଡି, କଲରା, ଟମାଟୋ ଜୁସ, ଜାମୁ କୋଳି ମଞ୍ଜିର ପାଉଡର ଖାଆନ୍ତୁ l
  • ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ l ଓଜନ ହ୍ରାସ କରନ୍ତୁ, ଧୂମପାନ ଛାଡନ୍ତୁ l ଠିକ୍ ସମୟରେ ଶୋଇବା ସହ ଦିନକୁ ଅତି କମରେ 8 ଘଣ୍ଟା ବିଶ୍ରାମ ନିଅନ୍ତୁ l ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ମସଲାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ l
Leave A Reply

Your email address will not be published.