ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଉପସ୍ଥିତିରେ ଆଇସିସି ସହିତ ଚାମ୍ପିୟନ୍ସ ଟ୍ରଫି ସମ୍ପର୍କିତ କୌଣସି ବୈଠକ ସମ୍ପର୍କରେ ସୂଚନା ପାଇ ନାହୁଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି । ସୂଚନାଯୋଗ୍ୟ, ଶୁକ୍ରବାର ପିସିବି ଓ ବିିସିସିଆଇ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ଖେଳିବା ନେଇ ଉଜୁଜିଥିବା ବିବାଦକୁ ସମାଧାନ କରିବା ପାଇଁ ନଭେମ୍ବର ୨୬ରେ ଏକ ବୈଠକ ଆୟୋଜିତ ହେବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ପିସିବି ଏହି ବୈଠକର ସତ୍ୟତା ନାହିଁ ବୋଲି କହିଛି ।
ଆଇସିସି ପକ୍ଷରୁ ଯେ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆମେ କିଛି କହିପାରିବୁନି ବୋଲି ପିସିବି ପକ୍ଷରୁ କୁହାଯାଇଛି । ପିସିବି ଏବେ ବି ସ୍ପଷ୍ଟ ଭାବେ ଆଇସିସି କହିଛି ସେମାନେ ଚାମ୍ପିୟନ୍ସ ଟ୍ରଫି ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ କରିବାକୁ ଚାହୁଁଛନ୍ତି । ବିସିସିଆଇ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ଏହି ଗସ୍ତରେ ଯିବନି ବୋଲି କହିଛି ।