Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ବିବାହ ସଂପନ୍ନ ହୋଇଛି।

ସୋସିଆଲ ମିଡିଆରେ ଉଭୟଙ୍କ ବିବାହ ଫଟୋ ଅଭିନେତା ତଥା ଶଶୁର ନାଗାର୍ଜୁନ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଶୋଭିତା କାଞ୍ଜିବରମ ସିଲ୍କ ଶାଢୀ ଓ ସୁନାର ପାରମ୍ପରିକ ଆଭୂଷଣ ପିନ୍ଧିଥିବା ବେଳେ ନାଗା ଚୈତନ୍ୟ ଧଳା ରଙ୍ଗର ଧୋତି ପଞ୍ଜାବି ପିନ୍ଧିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ନାଗାର୍ଜୁନ ଲେଖିଛନ୍ତି, ଜୀବନର ଏକ ସୁନ୍ଦର ଅଧ୍ୟାୟ ଆରମ୍ଭ କାରିବାକୁ ଯାଉଥିବା ଶୋଭିତା ଏବଂ ନାଗାଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ଏହି ମୁହୂର୍ତ୍ତ ମୋ ପାଇଁ ଅତି ଭାବପ୍ରବଣ ମୁହୂର୍ତ୍ତ ଥିଲା । ମୋର ପ୍ରିୟ ପୁଅ-ବୋହୁଙ୍କୁ ମୋ ପରିବାରକୁ ସ୍ୱାଗତ ।

ବାହ ସମାରୋହରେ ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣଙ୍କ ସହ ଅନ୍ୟାନ୍ୟ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ସାମିଲ ଦେଇଥିଲା । ବିବାହର ସମସ୍ତ ରୀତିନୀତି ପୂରା ହେବା ପରେ ନବ ଦମ୍ପତ୍ତି ତିରୁପତି ବାଲାଜୀ ମନ୍ଦିର କିମ୍ବା ଶ୍ରୀଶୈଲମ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେବେ।

ପ୍ରକାଶ ଥାଉକି, ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ ୨୦୧୦ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଉଭୟ ୨୦୧୭ ଅକ୍ଟୋବରରେ ବିବାହ କରିଥିଲେ । ଆଉ ୨୦୨୧ରେ ହୋଇଥିଲେ  ଅଲଗା । ତେବେ ବିବାହ ବିଚ୍ଛେଦ ପରେ   ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ କରୁଥିଲେ ଡେଟ । ଆଉ ଦୀର୍ଘ ଦିନର ଡେଟ୍ ପରେ ଶେଷରେ ଉଭୟେ ବିବାହ କରିଛନ୍ତି ।

Comments are closed.