Latest Odisha News

BREAKING NEWS

ପ୍ରତିଦିନ ଖାଆନ୍ତୁ ଏହି ପନିପରିବା, ବଢିବ ଦୃଷ୍ଟି ଶକ୍ତି

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଜିନିଷ ସହିତ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିକାଲି ଆଖି ଉପରେ ଚାପ ପଡୁଛି । ତେବେ ଆପଣଙ୍କ ଖାଦ୍ୟରେ କିଛି ବିଶେଷ ପନିପରିବା ସାମିଲ କରନ୍ତୁ । ଯାହା ଆପଣଙ୍କ ଦୃଷ୍ଟିଶକ୍ତି ବଢ଼ାଇପାରିବ ଏବଂ ଆଖିକୁ ସୁସ୍ଥ ରଖିବାରେ ସହାୟକ ହେବ ।

-ଦୃଷ୍ଟି ଶକ୍ତିରେ ଉନ୍ନତି ପାଇଁ ପାଳଙ୍ଗ ଶାଗ ବେଶ ଲାଭଦାୟକ । ଅନେକ ପୋଷକ ତତ୍ତ୍ୱ ପାଳଙ୍ଗରୁ ମିଳିଥାଏ ଯାହା ଆଖି ପାଇଁ ଭଲ । ଯେକୌଣସି ପନିପରିବା କିମ୍ବା ସୁପ୍ ରେ ମିଶାଇ ପାଳଙ୍ଗ ଶାଗ ଖାଇ ପାରିବେ ।

-ଗାଜରରେ ଭିଟାମିନ୍ ଏ ଏବଂ ବିଟା କାରୋଟିନ୍ ଥାଏ,ଯାହା ଦୃଷ୍ଟିଶକ୍ତି ପାଇଁ ଭଲ । ତେଣୁ ଆପଣ ନିଜ ଆଖିକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଗାଜର ଖାଆନ୍ତୁ । ଶୀତଦିନେ ଖାସ୍ କରି ଗାଜର ଶସ୍ତାରେ ମିଳିଥାଏ ।

-ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟରେ ଭରପୂର,ଅଁଳା ଆଖି ପାଇଁ ବେଶ ଭଲ । ଆପଣ ପ୍ରତିଦିନ ଗୋଟିଏ ଅଁଳା ଖାଆନ୍ତୁ । ଅଁଳା ରେଟିନା ଏବଂ ଲେନ୍ସକୁ ଫ୍ରି ରେଡିକାଲ୍ସରୁ ରକ୍ଷା କରେ ।

– କ୍ୟାପସିକମରେ ଭିଟାମିନ୍,ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଆଖିର ଟିସୁଜ୍ ନଷ୍ଟ ହେବାକୁ ରୋକିଥାଏ ।

-ବ୍ରୋକୋଲି ବ୍ଲୁ ଲାଇଟ୍ ଦ୍ୱାରା ହୋଇଥିବା କ୍ଷତିରୁ ଆଖିକୁ ରକ୍ଷା କରେ । ବ୍ରୋକୋଲିରେ ଆଖିର ମାଂସପେଶୀକୁ ଶକ୍ତିଶାଳୀ କରୁଥିବା ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ମିଳିଥାଏ ।

Leave A Reply

Your email address will not be published.