Latest Odisha News

କେଶରେ ଲଗାଉଛନ୍ତି କି ଗରମ ତେଲ, ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କ କେଶ ଲମ୍ବା, ଘନ ଏବଂ ସୁନ୍ଦର ହେଉ । କିନ୍ତୁ ବର୍ତ୍ତମାନର ସମୟରେ କେଶ ସମସ୍ୟା ବେସ୍ ବଢ଼ିଚାଲିଛି । କେଶ ସମସ୍ୟାକୁ ନେଇ ସମସ୍ତ ଲୋକେ ବହୁତ ଚିନ୍ତାରେ ରହୁଛନ୍ତି । ଝିଅମାନଙ୍କ ଠାରୁ ଆରମ୍ଭ କରି ପୁଅମାନେ ମଧ୍ୟ ଚିନ୍ତାରେ ରହୁଛନ୍ତି । କାରଣ ଏହା ଶରୀରରେ ମୁଖ୍ୟ ଅଂଶ ହୋଇଥାଏ । ଯଦି କେଶ ସୁନ୍ଦର ଥାଏ ତେବେ ମଣିଷ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ହେଲେ ବର୍ତ୍ତମାନ ଏପରି ସମସ୍ୟା ହେଉଛି ଯେ କେଶ ବହୁତ ମାତ୍ରାରେ ଝଡିବାରେ ଲାଗୁଛି । କେଶ ଝଡିବାକୁ ନେଇ ଲୋକେ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସହ ପାର୍ଲର ଯାଇ କେଶରେ କେୟାର ନେଇଥାନ୍ତି । ହେଲେ କେଶ ଝଡିବା ସମସ୍ୟା ଦୂର ନହୋଇ ଆହୁରି ବଢ଼ିବାର ଲାଗିଥାଏ ।

କେଶ ଝଡିବାରେ ଅନେକ କାରଣ ରହିଛି । ସେହି କାରଣଗୁଡିକ ହେଉଛି- ପୁଷ୍ଟିକର ଖାଦ୍ୟ ନଖାଇବା, ଅଧିକ ଷ୍ଟ୍ରେସ୍ ନେବା, ସଠିକ୍ ପରିମାଣରେ କେଶରେ ତେଲ ନଲଗାଇବା, ଏହି ସବୁ କାରଣରୁ କେଶ ସମସ୍ୟା ଅଧିକ ବଢ଼ଇଥାଏ । କିନ୍ତୁ କେଶ ନେଇ ଯାହାକୁ କିଛି ବି ପଚାରିଲେ ସମସ୍ତେ କୁହନ୍ତି କିଛି ତେଲ ବିଷୟରେ । କାରଣ ସବୁଠାରୁ ମୁଖ୍ୟ କଥା ହେଉଛି କେଶରେ ତେଲ ଲଗାଇବା । ଶୀତଦିନେ ସାଧାରଣତଃ ନଡ଼ିଆ ତେଲ ବସିଯାଏ । ଏଭଳି ପରିସ୍ଥିତିରେ ଲୋକମାନେ ତେଲକୁ ଗରମ କରି ଲଗାନ୍ତି । କିନ୍ତୁ ଆପଣ ଜାଣନ୍ତି କି ମୁଣ୍ଡରେ ଗରମ ତେଲ ଲଗାଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ? ଆଜି ଆମେ ଆପଣଙ୍କୁ କହିବୁ କେଶରେ କାହିଁକି ଗରମ ତେଲ ଲଗାଇବା ଉଚିତ୍ ନୁହେଁ ।

ଯଦି ଆପଣ ଲଗାଉଥିବା ତେଲ ଅତ୍ୟଧିକ ଗରମ ହୁଏ କିମ୍ବା ଥଣ୍ଡା ନକରି ସିଧାସଳଖ କେଶରେ ଲଗାଉଥାନ୍ତି ତେବେ ଏହା ଆପଣଙ୍କ କେଶର ମୁଳକୁ ଜାଳି ଦେଇପାରେ । ତେଣୁ ତେଲ ଲଗାଇବା ପୂର୍ବରୁ ପ୍ରଥମେ ତେଲର ତାପମାତ୍ରା ସହନଶୀଳ କି ନାହିଁ ତାହା ଯାଞ୍ଚ କରନ୍ତୁ । ଅତ୍ୟଧିକ ଗରମ ତେଲ କେଶକୁ ନଷ୍ଟ କରିପାରେ । ଯାହା ଦ୍ଵାରା କେଶ ଦୁର୍ବଳ ହେବା ସହ କେଶ ଅଧାରୁ ଛିଣ୍ଡିବା ଆରମ୍ଭ କରିଦିଏ । ଶୀତଦିନେ ସାଧାରଣତଃ ତେଲ ବସିଯାଏ । ସେହି ତେଲକୁ ଗରମ କରି ସିଧାସଳଖ ମୁଣ୍ଡରେ ଲଗାଇବା ଦ୍ଵାରା ଏହା କେଶର ମୁଳ ଛିଦ୍ର ଗୁଡିକୁ ବନ୍ଦ କରିଦେଇଥାଏ । ଯାହାଦ୍ଵାରା ମୁଣ୍ଡରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ ।

ତେଣୁ ଗରମ ତେଲ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହାର ତାପମାତ୍ରା ଯାଞ୍ଚ କରିନିଅନ୍ତୁ । ଏହାକୁ ମୁଣ୍ଡରେ ଲଗାଇବା ପୂର୍ବରୁ ପ୍ରଥମେ ନିଜର ହାତଗୋଡ଼ରେ ଏହାକୁ ଲଗାଇ ଯାଞ୍ଚ କରନ୍ତୁ । ମୁଣ୍ଡରେ ତେଲ ଲଗାଇବା ପୂର୍ବରୁ ଗରମ ତେଲ ସହିତ କିଛି ଥଣ୍ଡା ତେଲ ମିଶାଇ ତାପମାତ୍ରା ହ୍ରାସ କରନ୍ତୁ । କେଶର ମୂଳରୁ କେଶର ଶେଷ ପର୍ଯ୍ୟନ୍ତ ତେଲ ଲଗାଇ ଧୀରେ ଧୀରେ ମାଲିସ୍ କରନ୍ତୁ । ତେଲ ଲଗାଇବାର କିଛି ଘଣ୍ଟା ପରେ କେଶକୁ ସଫା କରିଦିଅନ୍ତୁ ।

 

Leave A Reply

Your email address will not be published.