ଭୁବନେଶ୍ବର: ରାଜ୍ୟରେ ଏବେ ଠାରୁ ଗ୍ରୀଷ୍ମର ଅନୁଭବ ହେଲାଣି । ସକାଳ ୯ଟା ପରଠାରୁ ଖରାର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହିରିବା ମୁସ୍କିଲ ହୋଇପଡୁଛି । ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତ୍ୟେକ ଜୀବଜନ୍ତୁ ଖୁଆଡ ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଘ, ଭାଲୁ, ସିମ୍ପାଞ୍ଜି ଓ ମାଙ୍କଡ ଆଦି ଜନ୍ତୁଙ୍କ ପାଇଁ ବରଫ ସମେତ କୁଲର ବ୍ୟବସ୍ଥା କରାଯାଉଛି । ବାଉଁଶର ମ୍ୟାଟ, ଜାଲି, ପରଦା ସହ ଜଳ ସିଞ୍ଚନ ଓ ଫାଉଣ୍ଟେନ ଆଦିର ବ୍ୟବସ୍ଥା କରାଯାଇଛି । ଏହା ସହିତ ସମସ୍ତ ଏନକ୍ଲୋଜରରେ ପଙ୍ଖା ଲଗାଯାଇଛି । ସଫାରୀ ମଧ୍ୟରେ ଛୋଟ ବଡ଼ ପାଣି କୁଣ୍ଡ କରାଯାଇଛି । ଯାହା ଫଳରେ ସଫାରୀ ମଧ୍ୟରେ ଥିବା ଜୀବଜନ୍ତୁମାନେ ଗରମରୁ ରକ୍ଷା ପାଇପାରିବେ । ଏହାସହ ପଶୁପକ୍ଷୀଙ୍କୁ ତରଭୁଜ ଓ ପାଣି ଦିଆଯାଉଛି ।
ନଡ଼ା, ବାଉଁଶ ତାଟି ଆଦି ଛୋଟ ବଡ଼ ଖୁଆଡ ଉପରେ ପଡୁଛି । ପାଣି ମଧ୍ୟ ସ୍ପ୍ରେ କରାଯାଉଛି । ବାଘ ଭାଲୁ ସିଂହ ଆଦି ଜୀବଜନ୍ତୁଙ୍କ ଖାଇବାରେ ସାଧାରଣ ଭାବରେ ମାଂସ ଦିଆଯାଉଥିଲା ବର୍ତ୍ତମାନ ସ୍ଥିତିରେ ଏହାକୁ ବରଫରେ ମିଶାଇ ଦିଆଯାଉଛି । ଯାହା ଫଳରେ ଖାଦ୍ୟ ଖାଇବା ସମୟରେ ଥଣ୍ଡା ଅନୁଭବ କରିବେ । ପାଙ୍ଗୋଲିନି ମାନଙ୍କ ପାଇଁ ସେମାନଙ୍କ ଘର ଚାରି ପାଖରେ ଦରି ଗୁଡ଼ା ଯାଇଛି । ଭିତରେ ଦିନକୁ ଦୁଇ ଥର ପାଣି ସିଞ୍ଚନ କରାଯାଉଛି । ଏହା ସହ ସଫାରୀରେ ପାଣି ସ୍ପ୍ରେ କରାଯାଉଛି । ଛୋଟ ପକ୍ଷୀମାନଙ୍କ ଘରେ ମଧ୍ୟ ପାଣି ସ୍ପ୍ରେ ଦିନକୁ ଦୁଇ ଥର କରାଯାଉଛି ବୋଲି ପ୍ରାଣୀ ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।
ସେହିପରି, ଖରା ଦିନରେ ପର୍ଯ୍ୟଟକଙ୍କ ପାଇଁ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ବିଭିନ୍ନ ସ୍ଥାନରେ ମାଟି ହାଣ୍ଡି ଓ ପ୍ଲାଷ୍ଟିକ ପାତ୍ରରେ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଗୋଟିଏ ବ୍ୟାଟେରୀ ଚଳିତ ଗାଡ଼ି ବୁଲିଛି । ଯାହା ଯେଉଁ ସ୍ଥାନରେ ପାଣି ଖାଲି ରହିବ ସେନେଇ ପାଣି ପରିବର୍ତ୍ତନ କରିବ ନନ୍ଦନକାନନରେ ଥିବା କର୍ମଚାରୀ । ଏହା ସହିତ ପ୍ରବେଶ ପଥରେ ପର୍ଯ୍ୟଟକଙ୍କ ପାଇଁ ପାଣିର ସ୍ପ୍ରେ କରାଯାଉଛି । ବିଶେଷ ଭାବରେ ମାର୍ଚ୍ଚ,ମେ ବା ଜୁନ୍ ପର୍ଯ୍ୟନ୍ତ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ହେଲେ କିନ୍ତୁ ଚଳିତ ବର୍ଷ ଫେବୃଆରୀରୁ ଆରମ୍ଭ ହୋଇଯାଇଛି ଏହି ବ୍ୟବସ୍ଥା ।
Comments are closed.