Latest Odisha News

BREAKING NEWS

ରାସନ କାର୍ଡରେ ପୂର୍ବ ଭଳି ମିଳିବ ଗହମ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ । ଖୁବଶୀଘ୍ର ରାଜ୍ୟବାସୀଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଇ ଦିଆଯିବ । ଏନେଇ ଆଜି ବିଧାନସଭାରେ ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନ ରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନ ପତ୍ର ଜାରି କରିଥିଲେ । ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖି ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଉଛି ।

ପୁଣିଥରେ କେନ୍ଦ୍ର ସରକାର ୨୦୨୫ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପରିବର୍ତ୍ତିତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

କଂଗ୍ରେସ ବିଧାୟକ ଜାଣିବାକୁ ଚାହିଁଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନର ସରକାର ପୁନଃ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଣ କରିବେ କି ନାହିଁ ଆଉ ଯଦଜି କରିବେ କେବେ ବଣ୍ଟନ ହେବ ବୋଲି ସେ ପ୍ରଶ୍ନ କରିଥିଲେ ।

Comments are closed.