Latest Odisha News

BREAKING NEWS

‘ଛପାକ’ର ଟ୍ରେଲର ଲଞ୍ଚିଂରେ କାନ୍ଦି ପକାଇଲେ ଦୀପିକା !

ମୁମ୍ବାଇ: ଏସିଡ୍ ଆକ୍ରମଣ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଛପାକ’ । ଯାହାର ଟ୍ରେଲର ମଙ୍ଗଳବାର ଦିନ ଲଞ୍ଚ ହୋଇଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପଦୁକୋନ।

 

View this post on Instagram

 

#DeepikaPadukone gets emotional during #chhapaak trailer launch in #mumbai today #video #paparazzi #instadaily #manavmanglani

A post shared by Manav Manglani (@manav.manglani) on

ଲଞ୍ଚିଂ ଦିନ ଫିଲ୍ମ ସମ୍ପର୍କରେ କିଛି କହିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦୀପିକାଙ୍କୁ କହିଥିଲେ। ତେବେ ଦୀପିକା କିଛି କହିବା ଆଗରୁ ଭାବବିହ୍ବଳ ହୋଇଯାଇ କାନ୍ଦି ପକାଇ ଥିଲେ ।

ଏହି ଚଳଚ୍ଚିତ୍ରରେ ଏସିଡ ଆକ୍ରମଣର ଶିକାର ହୋଇଥିବା ଜଣେ ପୀଡିତାଙ୍କ ଭୂମିକାରେ ନଜର ଆସୁଛନ୍ତି ଦୀପିକା ।

ଫିଲ୍ମଟି ଏସିଡ ଆକ୍ରମଣର ଶିକାର ହୋଇଥିବା ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ତିଆରି ହୋଇଛି । ଯେଉଁ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ଦୀପିକା ପଦୁକୋନ ।

ଅନେକ ସଂଘର୍ଷ ଆଉ ବାଧା ବିଘ୍ନଙ୍କୁ ସାମ୍ନା କରି କିପରି ମାଲତି ଜୀବନରେ ସଫଳତା ପାଏ ତାହାକୁ ପରଦାରେ ଦେଖାଇବେ ଦୀପିକା ।

ଜାନୁଆରୀ ୨୦ ତାରିଖରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ମେଘନା ଗୁଲଜାର ତୁଲାଇଥିବାବେଳେ, ପ୍ରଯୋଜନା ଦେଇଛନ୍ତି ଦୀପିକା ପାଦୁକନ । ଦୀପିକାଙ୍କ ପ୍ରଯୋଜିତ ଏହା ପ୍ରଥମ ଚଳଚ୍ଚିତ୍ର ।

Leave A Reply

Your email address will not be published.