Latest Odisha News

BREAKING NEWS

ଆପଣାନ୍ତୁ ଏହି ଚମତ୍କାର ଉପାୟ; ଭଲ ହୋଇଯିବ ଫଟା ଓଠ !

ଭୁବନେଶ୍ୱର: ଶୀତଦିନ ଆରମ୍ଭରୁ ତ୍ୱଚା ରୁକ୍ଷ ହେବ ଆରମ୍ଭ କରିଦିଏ । ବିଶେଷ କରି ଓଠ ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ ।

ତେବେ ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ଆପଣାଇଲେ ଆପଣ ଏହି ସମସ୍ୟାରୁ ଆସ୍ୱସ୍ଥି ପାଇପାରିବେ ।

ଓଠରେ ମହୁ, ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାନ୍ତୁ। ଏହାଦ୍ୱାରା ଓଠ ଫାଟିବ ନାହିଁ ବରଂ ନରମ ରହିବ।

ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ।

ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କିମ୍ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ।

ଗୁଡ଼ରେ ଅଲିଭ୍‌ ତେଲ ଓ ମହୁ ଫେଣ୍ଟି ଲଗାଇପାରିବେ।

ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା କମେ।

ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳା ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ।

ଶୀତ ଦିନେ ଅଧିକ ପାଣି ପିଅନ୍ତୁ।

Leave A Reply

Your email address will not be published.