Latest Odisha News

BREAKING NEWS

ବିଶ୍ୱରେକର୍ଡ ଭାଙ୍ଗିଲେ ଚୀନର ମହିଳା ପ୍ରତିଯୋଗୀ; ଉଠାଇଲେ ୧୧୭ କିଲୋଗ୍ରାମ ଭାର !

ବେଜିଂ: ଭାରୋତ୍ତଳନରେ ଚୀନର ଡେଂଗ ୱେଇ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଆଇଡବ୍ଲୁ୍ୟଏଫ ବିଶ୍ୱକପର ମହିଳା ବିଭାଗରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୬୪ କିଗ୍ରା ବିଭାଗରେ ସେ ୧୧୭ କିଗ୍ରାର ଭାର ଉଠାଇବା ସହ ପୂର୍ବରୁ ୧୧୬ କେଜିର ରେକର୍ଡ ଭାଙ୍ଗି ଦେଇଥିଲେ । ଡେଂଗ ସଂଯୁକ୍ତ ୨୫୫ କେଜିର ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଚାଇନିଜ ତାଇପେର କୁଓ ସିଓଙ୍ଗ ରୌପ୍ୟ ପଦକ ପାଇଥିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ଏହି ଇଭେଣ୍ଟର ପ୍ରଥମ ଚେଷ୍ଟାରେ ରିଓ ଅଲିମ୍ପିକ ଚାମ୍ପିୟନ ୧୦୮ କେଜି ଭାର ଓ ଦ୍ୱିତୀୟ ଥରରେ ୧୧୩ କେଜି ଉଠାଇଥିଲେ ।

ତୃତୀୟ ପ୍ରଚେଷ୍ଟାରେ ସେ ବିଶ୍ୱ ରେକର୍ଡ ଭଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ । କ୍ଲିନ ଆଣ୍ଡ ଜର୍କରେ ଭଲ କରୁଥିବା ବେଳେ ସ୍ନାଚରେ ବିଶ୍ୱରେକର୍ଡ କରିବି କେବେ ଭାବି ନ ଥିଲି ବୋଲି ଡେଂଗ କହିଛନ୍ତି ।

Leave A Reply

Your email address will not be published.