Latest Odisha News

BREAKING NEWS

ଅଲଗା ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ବିବାଦ ଘେରକୁ ଆସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅର୍ଚ୍ଚନା ନାଗ ଏବେ ଛାଡପତ୍ର ଦେବାକୁ ଯାଉଛନ୍ତି । ଯଦିଓ ସେତେବେଳେ ଏହି ହନିଟ୍ରାପ ମାମଲାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସଂପୃକ୍ତି ଥିବା ଦାବି କରାଯାଉଥିଲା ଏବେ କିନ୍ତୁ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।  ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ । ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ହନି ଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗ ଚର୍ଚ୍ଚିତ ଚେହେରା ପାଲଟିଛି । ରାଜଧାନୀର ଲେଡି ବ୍ଲାକମେଲର ଭାବେ ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା । ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା । ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌ । ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ୍‌ ଝାରପଡ଼ା ଜେଲ୍‌ ପଠାଇ ଦେଇଥିଲା ।

ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଲିଥିଲା। ତା’ପରେ ସେ ଜେଲ୍‌ରୁ ବାହାରିଥିଲେ । ପରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା । ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

 

Comments are closed.