କୋଲକାତା: ଆଜି ଆଇପିଏଲର ୫୭ତମ ମ୍ୟାଚ୍ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଚାଲିଥିବା ସମୟରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବୋମା ଧମକ ମିଳିଥିଲା।
ତେବେ ସିଏବିର ଅଫିସିଆଲ୍ ଇମେଲ୍ ଆଇଡିକୁ ଏକ ଅଜଣା ଆକାଉଣ୍ଟରୁ ବୋମା ବିସ୍ଫୋରଣର ଧମକ ମିଳିଛି। ଯାହାପରେ ଆତଙ୍କ ଖେଳିଯାଇଥିଲା। ଏହି ଧମକ ପାଇବା ପରେ କୋଲକାତା ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟାଡିୟମ କମ୍ପ୍ଲେକ୍ସକୁ ହାଇ ଆଲର୍ଟରେ ରଖାଯାଇଛି।
ମ୍ୟାଚ ସମୟରେ ଏହିପରି ଧମକ ପାଇବା ପରେ ଦର୍ଶକ ଏବଂ ଆୟୋଜକଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।ଅପରପକ୍ଷେ ମ୍ୟାଚ୍ ଚାଲିଥିବା ବେଳେ ପରିସ୍ଥିତି ଉପରେ ନଜର ରଖାଯାଇଥିବା କଥା ପୋଲିସ ତରଫରୁ କୁହାଯାଇଛି।
ଏହି ଭଳି ଧମକପୂର୍ଣ୍ଣ ମେଲ କିଏ କରିଛି ତାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ଯାହାକି ବର୍ତ୍ତମାନ ସିଏବି ପାଇଁ ଚିନ୍ତାର ବିଷୟ ପାଲଟିଛି।
Comments are closed.