Latest Odisha News

ଆସୁଛି ଟ୍ରମ୍ପଙ୍କ ବିଗ୍ ବସ୍, ବିଜେତା ପ୍ରବାସୀ ପାଇବେ ଆମେରିକାର ନାଗରିକତ୍ବ!

ନୂଆଦିଲ୍ଲୀ: ଆମେରିକା ନାଗରିକତ୍ବ ଦରକାର କି? ତାହେଲେ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । କାରଣ ଆମେରିକାର ନାଗରିକତ୍ବ ଦେବ ଟ୍ରମ୍ପଙ୍କ ନିଜସ୍ୱ ‘ବିଗ୍ ବସ୍’ । ଏଣିକି ନିଜର ବିଗ ବସ କରିବେ ଟ୍ରମ୍ପ । ଯିଏ ଜିତିବ ତାକୁ ମିଳିବ ଆମେରିକାର ନାଗରିକ ହେବାର ସୁଯୋଗ । ଆମେରିକା ପ୍ରବାସୀମାନଙ୍କୁ ନାଗରିକତା ପାଇବା ପାଇଁ କିଛଇ ଏପରି ରିଆଲିଟି ଶୋର ଯୋଜନା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯେଉଁଥିରେ ପ୍ରତିଯୋଗିତା କରାଯାଇ ବଛାଯିବ କିଏ ହେବ ଆମେରିକାର ନାଗରିକ ?

ଆମେରିକାର ଗୃହ ସୁରକ୍ଷା ଏକ ଟିଭି ଶୋ’ ବିଷୟରେ ବିଚାର କରୁଛି ଯେଉଁଠାରେ ପ୍ରବାସୀମାନଙ୍କୁ ଆମେରିକୀୟ ନାଗରିକତା ପାଇଁ ପ୍ରତିଯୋଗିତା କରିବା ପାଇଁ ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତି କରିବାକୁ ପଡିବ। ଯେଉଁଠାରେ ବିଭିନ୍ନ ଦେଶର ପ୍ରବାସୀମାନେ ଏକ ରିଆଟିଲି ଶୋରେଳ ଏକାଠି ହେବ, ଠିକ୍ ବିଗ ବସ୍ ଭଳି । ସେଠାରେ ପ୍ରବାସୀମାନଙ୍କୁ କିଛି ଚ୍ୟାଲେଞ୍ଜ ଦିଆଯିବ, ଯାହା ଦେଶପ୍ରେମୀ ଏବଂ ବିଭିନ୍ନ ଆମେରିକୀୟ ପରମ୍ପରା ଏବଂ ରୀତି ଉପରେ ଆଧାରିତ ରହିବ । ଆଉ ଏହି ପ୍ରତିଯୋଗିତାରେ ଶେଷରେ ଯିଏ ରହିବ, ତାଙ୍କୁ ହିଁ ପ୍ରତିଷ୍ଠିତ ଆମେରିକୀୟ ନାଗରିକତା ମିଳିବ । ଏଥିରେ ଉଭୟ ମହିଳା ଏବଂ ପୁରୁଷ ଭାଗ ନେଇପାରିବୋ ଯାହା ଠିକ୍ ବିଗ ବସ୍ ଭଳି, ହେଲେ ଟ୍ରମ୍ପଙ୍କ ସଂସ୍କରଣ । ଯାହା ଖୁବଶୀଘ୍ର ବାସ୍ତବରେ ପରିଣତ ହେବାକୁ ଯାଉଛି ।

ଆମେରିକାର ଗୃହ ସୁରକ୍ଷା ବିଭାଗ, ଡିଏଚଏସ୍ ଏକ ରିଆଲିଟି ଟିଭି ଶୋ’ର ସମୀକ୍ଷା କରୁଛି, ଯେଉଁଥିରେ ପ୍ରବାସୀମାନେ ଆମେରିକୀୟ ନାଗରିକତା ପାଇବା ପାଇଁ ପ୍ରତିଯୋଗିତା କରିବେ । ଏହାର ଜଣେ ମୁଖପାତ୍ରଙ୍କ କହିବାନୁଯାୟୀ, ବର୍ତ୍ତମାନ ଏହି ଶୋ’ଟି ଯାଞ୍ଚ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ କର୍ମଚାରୀଙ୍କ ଦ୍ୱାରା ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ ପାଇନାହିଁ । ଏଥିସହିତ ଯେଉଁମାନେ ଆମେରିକୀୟ ହେବା ଅର୍ଥ କ’ଣ ପାଳନ କରନ୍ତି, ସେମାନେ ଏହି ଶୋର ପ୍ରାଥମିକତା ତାଲିକାରେ ଥାଆନ୍ତି ବୋଲି ସେ ମତ ରଖିଛନ୍ତି ।

ତେବେ ଡିଏଚଏସ୍ କୁ ଏଭଳି କିଛି ଯୋଜନା ଦେଇଥିବା ପ୍ରଯୋଜକ ରବ୍ ୱର୍ସଫ୍ ଏହି ଶୋ’କୁ “ଆମେରିକାକୁ ଏକ ସକାରାତ୍ମକ ପ୍ରେମପତ୍ର” ବୋଲି କହିଛନ୍ତି । ରବ୍ ୱର୍ସଫ୍, ନିଜେ ଜଣେ କାନାଡିଆନ୍ ପ୍ରବାସୀ ଯିଏକି “ଦି ମିଲିୟନେୟାର ମ୍ୟାଚମେକର”, “ଡକ୍ ଡାଇନେଷ୍ଟି” ଏବଂ “ଦି ବିଗେଷ୍ଟ ଲୁଜର୍” ଭଳି ପ୍ରୋଜେକ୍ଟ ପାଇଁ ବେଶ୍ ଜଣାଶୁଣା । ଆଉ ଏହି ଶୋ’ ପାଇଁ କିଛି ଏମିତି ପ୍ଲାନ ସେ ଓବାମା ପ୍ରଶାସନକୁ ପୂର୍ବରୁ ଉପସ୍ଥାପନ କରିଛନ୍ତି ବୋଲି କହିଛନ୍ତି । ୱର୍ସଫ୍ କହିଛନ୍ତି ଯେ ସେ ତାଙ୍କ ଧାରଣା ସମ୍ପର୍କରେ ବର୍ତ୍ତମାନର DHS ସହିତ ତିନୋଟି ଆଲୋଚନା କରିଛନ୍ତି, ଏବଂ ସେମାନେ ବହୁତ ଆଗକୁ ଯାଇଛନ୍ତି । ହେଲେ ଏଥିରେ ସଚିବ କ୍ରିଷ୍ଟି ନୋଏମ୍ କୌଣସି ଆଲୋଚନାରେ ସାମିଲ ହୋଇ ନାହାଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଟ୍ରମ୍ପ୍ ଏପରି ଅବାସ୍ତବ ପଦକ୍ଷେପ ପାଇଁ ପ୍ରଥମ ଥର ଚିନ୍ତା କରିନାହାନ୍ତି । ପୂର୍ବରୁ ୨୦୧୭ରେ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ, ସେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତାମାନଙ୍କୁ ‘ଇମିଗ୍ରେସନ୍ ନେସନ୍’ ନାମକ ଏକ ଶୋ’ ପାଇଁ ଇମିଗ୍ରେସନ୍ ଏବଂ କଷ୍ଟମ୍ସ ପ୍ରବର୍ତ୍ତନ ଦ୍ୱାରା ପରିଚାଳିତ କାର୍ଯ୍ୟରେ ପ୍ରବେଶ ଦେଇଥିଲେ । ଆଉ ଏବେ ନାଗରିକତ୍ବ ପାଇଁ ସେ ସମାନ କିଛି ଯୋଜନା କରୁଛନ୍ତି ।

Comments are closed.