କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ପଶ୍ଚିମବଙ୍ଗ କୋଲକାତାରେ ଏକ ଆଇନ କଲେଜରେ ଲୋମହର୍ଷଣକାରୀ ଘଟଣା ଘଟିଛି।
୨୫ ଜୁନରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ୍ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡିତାଙ୍କ ବୟାନ ଏବଂ ପ୍ରାରମ୍ଭିକ ତଦନ୍ତକୁ ଆଧାର କରି ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଛାତ୍ର ନେତା ହୋଇଥିବା ବେଳେ ଦୁଇ ଜଣ ଛାତ୍ର ବର୍ତ୍ତମାନ ସେହି କଲେଜରେ ପଢୁଛନ୍ତି।
ପୀଡିତା ଜଣକ ତାଙ୍କ ବୟାନ ରେ କହିଥିଲେ ଯେ ସେମାନେ ତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନେଇ ଯାଇଥିଲେ ଓ ସେଠାରେ ସମସ୍ତେ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡି ନଥିଲେ।ଅଭିଯୁକ୍ତ ମାନେ ଦୁଷ୍କର୍ମ ଏକ ଭିଡିଓ ମଧ୍ୟ ସେମାନଙ୍କ ଫୋନ ରେ ରଖିଥିବା ସେ କହିଥିଲେ।
ଯଦି ପିଡୀତ ଜଣକ ଦୁଷ୍କର୍ମ ବିଷୟରେ କାହାକୁ କହିବେ ତାହେଲେ ଭିଡିଓ କୁ ଅନଲାଇନରେ ଛାଡିଦେବା ନେଇ ଧମକ ଦିଆଯାଇଥିଲା।
ଅଭିଯୋଗ ପରେ ପୋଲିସ ତିନି ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜବତ କରି ଫୋରେନସିକ୍ ତଦନ୍ତ ପାଇଁ ପଠାଇଛି। ସେହି ଫୁଟେଜ୍ ଅନ୍ୟ କାହାକୁ ପଠା ଯାଇଛି କି ନାହିଁ ତାହା ମଧ୍ୟ ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ପଠାଯାଇ ସେମାନଙ୍କୁ ଚାରି ଦିନର ରିମାଣ୍ଡରେ ପଠାଯାଇଛି। ତେବେ ପୀଡିତାଙ୍କ ଦ୍ୱାରା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏକ ଗୋପନୀୟ ବୟାନ ରେକର୍ଡ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।
ପୀଡିତା ଅପରାହ୍ନରେ ନିଜର କିଛି ଶିକ୍ଷାଗତ ଫର୍ମ ପୂରଣ କରିବା ପାଇଁ କଲେଜରେ ପହଞ୍ଚିଥିବା ବେଳେ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ତିନିଜଣ ତାଙ୍କୁ ଆକ୍ରମଣ କରି ଗାର୍ଡ ରୁମ୍ କୁ ଟାଣି ନେଇଥିଲେ ଓ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଅଭିଯୁକ୍ତ ତାଙ୍କୁ ସେଠାରେ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ ଓ ସେହି କୋଠରୀକୁ ପୋଲିସ ସିଲ କରିଦେଇଥିବା ଜଣାପଡ଼ିଛି।
Comments are closed.