ଭୁବନେଶ୍ୱର :ଦୁର୍ନୀତି ପାଇଁ ନିଲମ୍ବିତ ହେଲେ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ। ଜଟଣୀ ସଵରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି ।
ସେ ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ। ମାର୍ଚ୍ଚ ୨୦୨୩ରୁ ମେ ୨୦୨୫ ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ ୩୨୨ ଥର Home visit କରି ରେଜିଷ୍ଟ୍ରେସନ କରିଥିଲେ।

ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ। ଏଭଳି ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି।
Comments are closed.