Latest Odisha News

ନନ୍ଦନକାନନରେ ନୂଆ ଅତିଥି; ଗୟଳ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ମୋଟ ଗୟଳ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ୧୦ଟି ଅଣ୍ଡିରା, ୩ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି। ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନନ୍ଦନକାନନରେ ଶେଷ ଗୟଳ ଜନ୍ମ ୫ ଜୁନ୍ ୨୦୨୪ରେ ରେକର୍ଡ କରାଯାଇଥିଲା। ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ । ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ ।

ନୂଆଦିଲ୍ଲୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସଂରକ୍ଷଣ ପ୍ରଜନନ କାର୍ଯ୍ୟକ୍ରମ ଅଧୀନରେ ମୈସୁରର ଶ୍ରୀଚାମରାଜେନ୍ଦ୍ର ପ୍ରାଣୀଉଦ୍ୟାନ, ଚେନ୍ନାଇର ଆରିଗନାର ଆନ୍ନା ପ୍ରାଣୀଉଦ୍ୟାନ ଏବଂ ଗୋଆର ବୋଣ୍ଡଲା ଚିଡ଼ିଆଖାନା ତରଫରୁ ଏମାନଙ୍କ ସଫଳ ପ୍ରଜଜନ ଓ ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

 

Comments are closed.