Latest Odisha News

BREAKING NEWS

ଶୀତର ପ୍ରଭାବ ବଢିବା ନେଇ ଏହି ୧୩ଟି ଜିଲ୍ଲାକୁ ଆଇଏମଡିର ସତର୍କ ସୂଚନା !

ଭୁବନେଶ୍ୱର: ଶୀତର ପ୍ରକୋପରେ ସାରା ଓଡିଶା ଥରୁଛି । ତେବେ ଶୀତର ପ୍ରଭାବ ଆହୁରି ବଢିବା ସହ କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ରବିବାର ଦିନ ରାଜ୍ୟର ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ।

ଆଇଏମଡିର ସନ୍ଧ୍ୟା ବୁଲେଟିନ ଅନୁସାରେ, ସୋମବାର ଠାରୁ ୨ ଦିନ ପାଇଁ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ବାଲେଶ୍ଵର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ରହିବ।

ଜାନୁଆରୀ ୧ ଓ ୨ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାପରେ ଜାନୁଆରୀ ୨ ରେ ବରଗଡ଼, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ଦେଓଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ଓ ଜାନୁଆରୀ ୩ ତାରିଖରେ ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଖୋର୍ଦ୍ଧା, ସୋନପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ସୂଚନା ଦେଇଛି ।

ନୂଆଦିଲ୍ଲୀ ଠାରେ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଜାନୁଆରୀ ୧ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ।

Leave A Reply

Your email address will not be published.