Latest Odisha News

BREAKING NEWS

ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ, ସୃଷ୍ଟି ହେବ ୮୪୦ ପଦବୀ

ଭୁବନେଶ୍ବର: ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ରହିଛି । ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ କୁସୁମୀ ଠାରେ ନୂଆ କୋର୍ଟକୁ ମିଶାଇ ମୋଟ ୧୩ଟି ନୂଆ କୋର୍ଟ ସ୍ଥାପନ କରାଯିବ ।

ମଞ୍ଜୁରୀପ୍ରାପ୍ତ ପଦବୀଗୁଡ଼ିକ ମଧ୍ୟରେ ୫୬ଟି ସିଭିଲ୍ ଜଜ୍, ମୁଖ୍ୟ କ୍ଲର୍କ, ବେଞ୍ଚ କ୍ଲର୍କ, ଷ୍ଟେନୋଗ୍ରାଫର, ଜୁନିଅର କ୍ଲର୍କ ଏବଂ କମ୍ପ୍ୟୁଟର ଦକ୍ଷତାରେ ଦକ୍ଷ ଟାଇପିଷ୍ଟ, କପିଷ୍ଟ, ପ୍ରୋସେସ୍ ସର୍ଭର, ପିଅନ୍, ହାଉସ୍ ଅର୍ଡରଲି, ସୁଇପର୍ ଏବଂ ନାଇଟ୍ ୱାଚମ୍ୟାନ୍ ଭଳି ବିଭିନ୍ନ ସହାୟକ କର୍ମଚାରୀଙ୍କ ସମେତ ପ୍ରମୁଖ ପଦବୀ ଅନ୍ତର୍ଭୁକ୍ତ ।

ଏହି ନୂତନ ଭାବରେ ସୃଷ୍ଟି ହୋଇଥିବା ପଦବୀ ପାଇଁ ପାଣ୍ଠି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରୁ ଆଦାୟ କରାଯିବ । ଆଇନ ବିଭାଗ ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଏକ ଚିଠି ଲେଖିଛନ୍ତି ।

ସେହିପରି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆକୋର୍ଟ ସ୍ଥାପନ କରାଯିବ । ୨୩ ଜିଲ୍ଲାରେ ନୂଆ କୋର୍ଟ ସ୍ଥାପନ ହେବା ଫଳରେ ବିଜାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି । ରାଜ୍ୟ ସରକାର ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ସ୍ତରରେ ୫୬ଟି ନୂତନ କୋର୍ଟ ପାଇଁ ବିଭିନ୍ନ ବର୍ଗରେ ୮୪୦ଟି ନୂତନ ପଦବୀ ସୃଷ୍ଟି କରିବେ ।

Comments are closed.