Latest Odisha News

BREAKING NEWS

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗିଲ, ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ତେବେ ଲମ୍ବା ସିରିଜରେ ମ୍ୟାଚ ମଧ୍ୟରେ କମ ଦିନ ବ୍ୟବଧାନ ରହିବା ନେଇ ଶୁଭମନ ଗିଲ ଓ ବେନ ଷ୍ଟୋକ୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗିଲ କହିଛନ୍ତି । ଆଘାତ ସମସ୍ୟା ଯୋଗୁ ୫ମ ଟେଷ୍ଟରେ ଷ୍ଟୋକ୍ସ ଖେଳୁ ନ ଥିବା ବେଳେ ଭାରତର କେତେକ ବୋଲର ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମ ଟେଷ୍ଟ ଓ ତୃତୀୟ ଟେଷ୍ଟ ପରେ ଏକ ସପ୍ତାହର ବ୍ୟବଧାନ ଥିଲା । ମାତ୍ର ଦ୍ୱିତୀୟ, ଚତୁର୍ଥ ଓ ୫ମ ଟେଷ୍ଟ ମଧ୍ୟରେ ମାତ୍ର ୩ ଦିନର ବ୍ୟବଧାନ ରହିଛି ।

ଖେଳାଳିମାନେ ଆବଶ୍ୟକ ତୁଳନାରେ ବିଶ୍ରାମ ପାଇ ପାରୁ ନାହାନ୍ତି । ଏହା ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଛି ବୋଲି ଷ୍ଟୋକ୍ସ କହିଛନ୍ତି । ଉଭୟ ଟିମ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତା ଲାଗି ରହିଥିcବାରୁ ମ୍ୟାଚ ଶେଷ ଦିନ ପର୍ଯ୍ୟନ୍ତ ଖେଳାଯାଇଛି । ଯାହାକି ଏବେ ଖୁବ କମ ଦେଖିବାକୁ ମିଳୁଛି ବୋଲି ଷ୍ଟୋକ୍ସ କହିଛନ୍ତି । ଚଳିତ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଓଭରାଲ ୫ଟି ମ୍ୟାଚ ଖେଳାଯିବ । ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ୫ମ ଟେଷ୍ଟରେ ବିଜୟ ହାସଲ କରି ଭାରତ ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ ।

Comments are closed.