ଦୁବାଇ: ଭାରତ ଏସିଆ କପ ଟି୨୦ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ବଦଳରେ ଜୀତେଶ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ଅଭିଷେକ ଶର୍ମାଙ୍କ ସହ ଶୁଭମନ ଗିଲ ଇନିଂସ ଓପନିଂ କରିବେ । ସଞ୍ଜୁଙ୍କୁ ମିଡିଲ ଅର୍ଡରରେ ଖେଳାଇବା ବଦଳରେ ଟିମ ମ୍ୟାନେଜମେଂଟ ଜୀତେଶଙ୍କୁ ଖେଳାଇବାକୁ ଚାହୁଁଛୁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗିଲ ଉପ ଅଧିନାୟକ ହୋଇଥିବାରୁ ତାଙ୍କ ଖେଳିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଛି । ଅଭ୍ୟାସ ସେଶନରେ କୋଚ ଗୌତମ ଗମ୍ଭୀର ବିଶେଷ ଭାବେ ଜୀତେଶଙ୍କୁ ପ୍ରଶିକ୍ଷଣ ଦେଉଥିବା ଦେଖିବାକ ମିଳିଛି । ଆଇପିଏଲ ୨୦୨୫ରେ ଜୀତେଶ ଭଲ ପ୍ରଦର୍ଶନ କରିଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଟାଇଟଲ ହାସଲ କରାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ୧୧ ଇନିଂସରେ ୩୭.୨୮ ଆଭରେଜରେ ୨୬୧ ରନ କରିଥିଲେ । ୧୭୬ରୁ ଊର୍ଦ୍ଧ୍ୱ ତାଙ୍କ ଷ୍ଟ୍ରାଇକରେଟ ରହିଥିଲା । ଜୀତେଶ ୨୦୨୪ରେ ଶେଷ ଥର ପାଇଁ ଭାରତ ପକ୍ଷରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିଥିଲେ । ସେ ୭ଟି ଟି୨୦ରେ ୧୦୦ ରନ କରିଥିଲେ । ଅପରପକ୍ଷରେ ସଞ୍ଜୁ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ନିକଟରେ କେରଳ କ୍ରିକେଟ ଲିଗରେ ସେ ୫ଟି ଇନିଂସରେ ୩୬୮ ରନ କରିଥିଲେ ।
Comments are closed.