Latest Odisha News

Women’s Hockey Asia Cup: ଏସିଆ କପ ଫାଇନାଲରେ ଭାରତ; ଆଜି ଏହି ଦଳ ସହ ଟାଇଟଲ ଲଢେଇ

ନୂଆଦିଲ୍ଲୀ: ମହିଳା ହକି ଏସିଆ କପ୍ ୨୦୨୫ ର ଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ଆଜି (୧୪ ସେପ୍ଟେମ୍ବର) ଫାଇନାଲ ମ୍ୟାଚ ରେ ଆୟୋଜକ ଦଳ ଚୀନକୁ ଭେଟିବ। ଶନିବାର ଦିନ ଭାରତୀୟ ମହିଳା ହକି ଦଳ ଜାପାନ ବିପକ୍ଷରେ ସୁପର-୪ ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା ।

ଏହି ଡ୍ର ସହିତ ଭାରତ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟିମ୍ ଇଣ୍ଡିଆ ୩ଟି ମ୍ୟାଚ୍ ରୁ ୧ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏବେ ଫାଇନାଲରେ ଚୀନ୍ ଦଳ ସହିତ ମୁକାବିଲା କରିବ।


ବ୍ୟୁଟି ଡୁଙ୍ଗଡୁଙ୍ଗ (୭’ ମିନିଟ୍)ଙ୍କ ଚମତ୍କାର ଗୋଲ ମାଧ୍ୟମରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲା ​​କିନ୍ତୁ ଶେଷ ମିନିଟ୍ରେ ଜାପାନର ଶିହୋ କୋବାୟାକାୱା (୫୮’ ମିନିଟ୍) ଗୋଲ କରି ସ୍କୋର ବରାବର କରିଥିଲେ।

ସୂଚନାଥାଉକି, ଫାଇନାଲରେ ବିଜୟୀ ଦଳ ଆସନ୍ତା ବର୍ଷ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବ।

Comments are closed.