Latest Odisha News

BREAKING NEWS

Cyclonic storm: ଏହି ୩ ଦିନ ସମୁଦ୍ରରେ ଗାଧେଇବା ମନା;ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ:ସମ୍ଭାବ୍ୟ ବାତ୍ୟାକୁ ନେଇ ୩ ଦିନ ସମୁଦ୍ରରେ ଗାଧେଇବା ମନା । ୨୭, ୨୮, ୨୯ ତାରିଖରେ ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଥାଉକି, ଡିପ୍ରେସନର ରୂପ ନେଇ ଆଗକୁ ମାଡ଼ିଚାଲିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଯାହା ୨୮ ତାରିଖ ବେଳକୁ ବାତ୍ୟାର ରୂପ ନେଇ ‘ମୋନ୍ଥା’ ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ‘ମୋନ୍ଥା’ ୨୮ ତାରିଖ ସଂଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ କରିବ। ତେଣୁ ଏହି ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ରାଜ୍ୟରେ ଆଲର୍ଟ ଜାରି ହୋଇଛି।୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୮ତାରିଖ ଦିନ ମାଲକାନାଗିରି,କୋରାପୁଟ , ରାୟଗଡ଼ା,ଗଜପତି ଓ ଗଞ୍ଜାମକୁ ରେଡ୍‌ ଓ୍ବାର୍ଣ୍ଣିଂ ଦିଆଯାଇଥିବାବେଳେ ୨୯ ତାରିଖରେ ମଧ୍ୟ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାରେ ଭୀଷଣ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ବର୍ଷା, ପବନ ଲାଗି ରହିବା ସହିତ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୬ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି। ଏଥିସହ ସମସ୍ତ ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

 

Comments are closed.