Latest Odisha News

BREAKING NEWS

ଜେମିମାଙ୍କ ସ୍ମରଣୀୟ ଶତକ: ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ଡିୱାଇ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଂଚକର ସେମିଫାଇନାଲ ମୁକାବିଲାରେ ଭାରତ ୫ ୱିକେଟରେ ୭ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।ଜେମିମା ରୋଡ୍ରିଗ୍ୟୁଜଙ୍କ ଆକର୍ଷଣୀୟ ଶତକ ଓ ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ବଳରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୩୮ ରନ ସଂଗ୍ରହ କରିଥିଲା । ଫିୱି ଲୀଚଫିଲ୍ଡ ୧୧୯, ଏଲିସ ପେରୀ ୭୭ ଓ ଆଶଲେ ଗାର୍ଡେନର ୬୩ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଶ୍ରରଚରଣୀ ଓ ଦିପ୍ତୀ ଶର୍ମା ୨ଟି ଲେଖାଁଏ ୱିକେଟ ନେଇଥିଲେ ।

୩୩୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୩ ଓଭରରେ ୫ ୱିକେଟରେ ଏହାକୁ ହାସଲ କରି ନେଇଥିଲା । ଜେମିମା ୧୨୭ ଓ ଅମନଜୋତ କୌର ୧୫ ରନ କରି ଅପରାଜିତ ରହିଥିଲେ । ହରମନପ୍ରୀତ ୮୯ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ହରମନପ୍ରୀତ ଓ ଜେମିମା ୧୬୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆର କିମ ଗାର୍ଥ ୨ଟି ୱିକେଟ ନେଇଥିଲେ ।

Comments are closed.