ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ।
ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍ ପ୍ରକାଶ କରିଛନ୍ତି ଯେ, ଏହି ଘଟଣା ଓଡ଼ିଶାରେ ପ୍ରଥମ ।
ଏଭଳି ତରଳ ଗଞ୍ଜେଇ କେଉଁଠାରେ ପ୍ରସ୍ତୁତ କରାଯାଉଛି ତାକୁ ନେଇ ପୋଲିସ ଜୋରଦାର ତଦନ୍ତ କରିବ ବୋଲି କହିଛି।
ଏସପି କହିଛନ୍ତି ଏହି ତରଳ ଗଞ୍ଜେଇ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତ କରାଯାଉଛି। ଏହି ଗଞ୍ଜେଇ ଚାଲାଣର କିଙ୍ଗପିନ ଧରାପଡିଲେ ଏହି ଗଞ୍ଜେଇ ତେଲର ପର୍ଦ୍ଦାଫାସ ହୋଇପାରିବ।
ସୂଚନାମୁତାବକ, ରବିବାର ମାଲକାନଗିରି ପୋଲିସ ଚିତ୍ରକୋଣ୍ଡା ଅଞ୍ଚଳରୁ ତରଳ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା। ପୋଲିସକୁ ଖବର ମିଳିଥିଲା ଯେ, ୮ ସନ୍ଦିଗ୍ଧ ESSAR ଛକ ନିକଟରେ ତରଳ ଗଞ୍ଜେଇ ସହ ଏକାଠି ହୋଇଛନ୍ତି। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ବାହାରିଥିଲା। ହେଲେ ପୋଲିସକୁ ଦେଖି ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ ଚାଲାଣକାରୀ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମବେଳେ ୮ଟି ବାଇକ ସାଇକେଲ ଏବଂ ୬୦ କେଜି ତରଳ ଗଞ୍ଜେଇ ଜବତ କରିଛି।
Comments are closed.