ଶ୍ରୀନଗର: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ ଏବଂ କାଶ୍ମୀରର ଦକ୍ଷିଣ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଜୀବନ ଯାଇଛି । ଏହି ଭୟଙ୍କର ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଛି । ୩୦ ରୁ ଅଧିକ ଆହତ ହୋଇଛନ୍ତି ।
ପୋଲିସ ସୂତ୍ର ଅନୁଯାୟୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦୁଇଟି ପ୍ରମୁଖ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି । କାରଣ ବିସ୍ଫୋରଣ ନୌଗାମ ପୋଲିସ ଷ୍ଟେସନରେ ଘଟିଛି ଯେଉଁଠାରେ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲର ପ୍ରଥମ ଏଫଆଇଆର ଦାଖଲ ହୋଇଥିଲା।
ସୂଚନାମୁତାବକ, ଏହି ଘଟଣାଟି ନଭେମ୍ବର ୧୪, ୨୦୨୫ ରାତି ପ୍ରାୟ ୧୧:୨୦ ସମୟରେ ଘଟିଥିଲା। ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ଏକ ବଡ଼ ବିସ୍ଫୋରଣ ବହୁ ଦୂରକୁ ଶୁଣାଯାଇଥିଲା ଏବଂ ତା’ପରେ ନିଆଁ ଲାଗିଯାଇଥିଲା। ପୋଲିସ ଗାଡି ସମେତ ଅନେକ ଯାନବାହାନ ନିଆଁରେ ପୋଡ଼ି ଯାଇଛି ଏବଂ ଭଗ୍ନାବଶେଷ ବହୁ ଦୂରକୁ ବିଛାଡ଼ି ହୋଇ ପଡ଼ିଛି।
ଅଧିକାରୀମାନେ କହିଛନ୍ତି ଯେ ଶନିବାର ଦିନ ଏକ ଆତଙ୍କୀ ମଡ୍ୟୁଲ୍ ମାମଲାରେ ଜବତ ହୋଇଥିବା ବିପୁଳ ବିସ୍ଫୋରକ ସାମଗ୍ରୀରୁ ନମୁନା ବାହାର କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା।
ଘଟଣାସ୍ଥଳର ଭିଡିଓରେ ପୋଲିସ ଷ୍ଟେସନ ପାର୍କିଂ ସ୍ଥାନରେ ବ୍ୟାପକ ଧ୍ୱଂସାବଶେଷ ଦେଖାଯାଇଛି। ପୋଲିସ କାର ସମେତ ଅନେକ ଯାନବାହାନ ନିଆଁରେ ପୋଡ଼ି ଯାଇଥିଲା ଏବଂ ଭଗ୍ନାବଶେଷ ବହୁ ଦୂରକୁ ବିଛାଡ଼ି ପଡ଼ିଥିଲା। ବିସ୍ଫୋରଣର ଘନ ଧୂଆଁ ରାୱଲପୋରା ଭଳି ପଡ଼ୋଶୀ ଅଞ୍ଚଳ ସମେତ ନିକଟବର୍ତ୍ତୀ ଘର ଏବଂ କୋଠାଗୁଡ଼ିକର ଝରକା ଭାଙ୍ଗି ଦେଇଛି ।
ଜମ୍ମୁ-କାଶ୍ମୀରର ନୌଗାମ୍ ପୋଲିସ ଷ୍ଟେସନ୍ ପରିସରରେ ହୋଇଥିବା ବିସ୍ଫୋରଣର ତଦନ୍ତ ପାଇଁ ସୁରକ୍ଷା ବାହିନୀ ସ୍ନିଫର ଡଗ୍ ସହିତ ପହଞ୍ଚିଛନ୍ତି। ଜମ୍ମୁ ଓ କାଶ୍ମୀରର ନୌଗାମ୍ ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଶ୍ରୀନଗର ଡେପୁଟି କମିଶନର ଅକ୍ଷୟ ଲାବ୍ରୁ ହସ୍ପିଟାଲରେ ଭେଟିଛନ୍ତି।
Comments are closed.