ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ବଡ ସମ୍ମାନ ମିଳିଛି । ଅଜିଙ୍କ୍ୟ ଡିୱାଇ ପାଟିଲ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟେରେଟ ବା ଡି.ଲିଟ ଉପାଧି ମିଳିବ । କ୍ରିକେଟ ପ୍ରତି ରୋହିତଙ୍କ ଅତୁଳନୀୟ ଅବଦାନ ଏବଂ ନେତୃତ୍ୱ କାରଣରୁ ତାଙ୍କୁ ଏହି ସମ୍ମାନ ମିଳିବ । ଦଶମ ସମାବର୍ତନ ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ଡକ୍ଟେରେଟ ଉପାଧୀ ପ୍ରଦାନ କରି ବିଶ୍ୱବିଦ୍ୟାଳୟ ରୋହିତଙ୍କ ଅବଦାନକୁ ସ୍ମରଣୀୟ କରିବ ବୋଲି କୂଳପତି କହିଛନ୍ତି ।
ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ରୋହିତ ଅବସର ଘୋଷଣା କରିସାରିଛନ୍ତିି । ଏବେ ସେ କେବଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଓ ଚାମ୍ପିୟନ ଟ୍ରଫି ଟାଇଟଲ ହାସଲ କରିଛି । ଏବେ ସେ ୨୦୨୭ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ଦିନିକିଆ କ୍ରିକେଟରେ ୩ ଥର ଦ୍ୱିଶତକ ମାରିଛନ୍ତି ।