Latest Odisha News

BREAKING NEWS

ନିଟ୍‌-ଏମଡିଏସ୍‌ ଏବଂ ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ବର: ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ ମାସ ୨ ତାରିଖରେ ନିଟ୍-ଏମ୍‌ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ଅଗଷ୍ଟ ୩୦ ତାରିଖରେ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ପାଇଁ ପ୍ରସ୍ତାବ ରହିଛି ।

ସେହିପରି, ନିଟ୍-ଏମ୍‌ଡିଏସ୍ ୨୦୨୬ ପାଇଁ କଟ୍ ଅଫ୍ ଡେଟ୍ ଅଫ୍ କମ୍ପିଟିସନ୍ ଅଫ୍ ଇଣ୍ଟର୍ଣ୍ଣସିପ୍ ମେ ମାସ ୩୧ ତାରିଖ ରଖାଯାଇଥିବାବେଳେ, ନିଟ୍-ପିଜି ୨୦୨୬ ପାଇଁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଛି ।

ଏହି ସମୟ ଭିତରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଶେଷ କରିବାକୁ ପଡିବ । ଏନବିଇଏମ୍ଏସ୍ ପକ୍ଷରୁ କରାଯାଇଥିବା ଘୋଷଣା ଫଳରେ ଦେଶବ୍ୟାପୀ ହଜାର ହଜାର ଆଶାୟୀଙ୍କୁ ଆଶ୍ୱସ୍ତି ମିଳିଛି । ଏହି ଦୁଇଟି ପରୀକ୍ଷା କମ୍ପ୍ୟୁଟର-ଆଧାରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.