Latest Odisha News

BREAKING NEWS

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: କାହିଁକି ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ହୋଇଥିଲା ସେନେଇ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ । ଲୋକସଭା ଭବନରେ ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରର ୨୪ ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା ।

୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ, ସେ ସମୟରେ ସରକାର ବିରୋଧ କଲେ ନାହିଁ । ତେଣୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ କଲେ, ହେଲେ ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କଲା ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭା ସମୟରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ କହିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ । ଜଳ ଗତିପଥ କିମ୍ଭା ପରିମାଣ ପ୍ରଭାବିତ ହୋଇନାହିଁ । ତତ୍କାଳୀନ ମନ୍ତ୍ରୀଙ୍କ ସେହି ବିବୃତ୍ତିକୁ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଛନ୍ତି । ଆଉ କହିଛନ୍ତି ଯଦି ମନ୍ତ୍ରୀ କହୁଛନ୍ତି କ୍ଷତି ହେଉନି ତା ହେଲେ ଟ୍ରିବ୍ୟୁନାଲ ଆସିଛ କଣ ପାଇଁ?

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ, ଆମେ ଖୁଵ୍‌ ଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ।

ଲୋକସଭା ଭବନରେ ଅନୁଷ୍ଠିତ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ ।

Leave A Reply

Your email address will not be published.