Latest Odisha News

BREAKING NEWS

ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ବର: ବିଜେବି କଲେଜର ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୨ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ହେବ । ଏହାର କାର୍ଯ୍ୟସାରଣୀ ଫେବୃଆରୀ ୧୨-୧୭ ତାରିଖ ଦିନ ଅନୁଷ୍ଠିତ ହେବ । ଏଣୁ ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟାଙ୍କୁ ଉପରୋକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟାକୁ ସଫଳ କରିବାକୁ ଅନୁରୋଧ କରାଯାଉଛି ।

ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କ ତାଲିକା ବିଜେବି କଲେଜର ୱେବସାଇଟ୍ www.bjbcollege.in ରେ ଉପଲବ୍ଧ ଅଛି । ଯଦି କୌଣସି ସଦସ୍ୟା ଓ ସଦସ୍ୟଙ୍କ ନାମ ସେଥିରେ ସ୍ଥାନିତ ହୋଇପାରିନାହିଁ, ସେହି ସଦସ୍ୟ/ସଦସ୍ୟା ତାଙ୍କ ସଦସ୍ୟତାର ଉପଯୁକ୍ତ ପ୍ରମାଣ (ଦେୟ ରସିଦ୍ ଏବଂ ପରିଚୟ ପ୍ରମାଣ ପତ୍ର) ପ୍ରଦାନ କରି ଫେବୃଆରୀ ୧୨-୧୭ ତାରିଖ ମଧ୍ୟରେ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ‘ବିଜେବି ଫ୍ରେଣ୍ଡସ୍’ର କାର୍ଯ୍ୟାଳୟରେ ପଞ୍ଜୀକୃତ କରିପାରିବେ ।

ନିର୍ବାଚନ କାର୍ଯ୍ୟସୂଚୀ: ଚୂଡାନ୍ତ ସଦସ୍ୟା/ସଦସ୍ୟ ମାନଙ୍କ ତାଲିକା ପ୍ରକାଶନ- ଫେବୃଆରୀ ୧୮ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିର୍ଦ୍ଧିଷ୍ଟ ହୋଇଛି । ସେହିପରି, ନାମାଙ୍କନ ପତ୍ର ଦାଖଲ ତାରିଖ ଏହାର ପରଦିନ ଅର୍ଥାତ୍ ଫେବୃଆରୀ ୧୯ ତାରିଖ ସକାଳ ୧୦ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତି ରହିଛି । କର୍ମକର୍ତ୍ତା ନିର୍ବାଚନ ତାରିଖ ହେଉଛି ଫେବୃଆରୀ ୨୨ ତାରିଖ ସକାଳ ୮ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ରହିଛି । ସେହିପରି, ନିର୍ବାଚନ ଫଳାଫଳ ଘୋଷଣା ତାରିଖ ଫେବୃଆରୀ ୨୨ ତାରିଖ ଭୋଟ୍ ଗଣତି ସରିବା ପରେ କରାଯିବ ।

Leave A Reply

Your email address will not be published.