ରାଉରକେଲା:ଘରୋଇ ଗ୍ରାଉଣ୍ଡରେ ପୁଣି ହାରିଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ଠାରେ ଆୟୋଜିତ FIH ପୁରୁଷ ପ୍ରୋ ଲିଗ୍ 2025-26ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଥର ପରାସ୍ତ ହୋଇଛି । ଗତ ବୁଧବାର ଦିନ ପ୍ରୋ ଲିଗ୍ ରେ ଭାରତ ନିଜର ପ୍ରଥମ ମ୍ୟାଚ୍ରେ ବେଲଜିୟମ ଠାରୁ ୩-୧ଗୋଲ୍ ରେ ପରାସ୍ତ ହୋଇଥିଲା। ଗୁରୁବାର ଦିନ ଆର୍ଜେଣ୍ଟିନା ଠାରୁ ଭାରତ ସିଧାସଳଖ ୮-୦ ଗୋଲ୍ରେ ପରାସ୍ତ ହୋଇଛି ।
ଆର୍ଜେଣ୍ଟିନା ପକ୍ଷରୁ ଟୋମାସ୍ ଡୋମେନ୍ (15 ’, 20’, 26 ’, 60’), ଟୋମାସ୍ ରୁଇଜ୍ (14 ’), ଲୁସିଓ ମେଣ୍ଡେଜ୍ (22’), ଇଗନାସିଓ ଇବ୍ରା (25 ’), ଏବଂ ନିକୋଲାସ୍ ଡେଲା ଟୋରେ (30’) ଗୋଲ ସ୍କୋର କରିଥିଲେ।
𝐅𝐔𝐋𝐋 𝐓𝐈𝐌𝐄 ⏱️ | 🇮🇳 𝟎–𝟖 🇦🇷
A challenging outing for Team India against Argentina in the FIH Pro League 2025–26. The team will regroup and focus on the upcoming fixtures.#HockeyIndia #IndiaKaGame #FIHProLeague pic.twitter.com/6Xa53igQjV
— Hockey India (@TheHockeyIndia) February 12, 2026
ସେହିପରି ବୁଧବାର ଦିନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ FIH ପୁରୁଷ ପ୍ରୋ ଲିଗ୍ 2025-26(FIH Men’s Pro League 2025–26) ର ରାଉରକେଲା ପର୍ଯ୍ୟାୟରେ ବେଲଜିୟମ ଭାରତକୁ ୩-୧ ଗୋଲରେ ପରାସ୍ତ କରିଛି। ବେଲଜିୟମ ପାଇଁ ନେଲସନ ଓନାନା (23′), ଥମାସ କ୍ରୋଲ୍ସ (53′) ଏବଂ ଆର୍ନୋ ଭାନ ଡେସେଲ (57′) ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ମାତ୍ର ଗୋଟିଏ ଗୋଲ୍ ଶିଳାନନ୍ଦ ଲାକ୍ରା (29′) କରିଥିଲେ।
𝐅𝐮𝐥𝐥 𝐓𝐢𝐦𝐞 ⏱️ | 🇮🇳 𝟏–𝟑 🇧🇪
A competitive outing in the FIH Pro League 2025–26, with plenty to take forward from this performance. 🇮🇳#HockeyIndia #IndiaKaGame #FIHProLeague pic.twitter.com/0d2tWfUGe0
— Hockey India (@TheHockeyIndia) February 11, 2026
ପୁଣି ଭାରତ ଶନିବାର ଦିନ ବେଲଜିୟମ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବ । ସେହିପରି ଦ୍ବିତୀୟ ଥର ପାଇଁ ଆସନ୍ତା ରବିବାର ଭାରତ- ଆର୍ଜେଣ୍ଟିନା ମୁହାଁମୁହିଁ ହେବେ ।
ଏପଟେ ପ୍ରଥମ ମ୍ୟାଚ୍ ଭଳି ଗୁରୁବାର ମଧ୍ୟ ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମ ପୁରି ଉଠିଥିଲା। ପାଖାପାଖି ୧୫ ହଜାର ଦର୍ଶକ ଘରୋଇ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ।
If you missed it last night, you get another chance to soak in the magic of Rourkela & Hockey.#FIHProLeague #OdishaForHockey pic.twitter.com/kM9kYSHGTB
— Odisha Sports (@sports_odisha) February 12, 2026
𝐏𝐑𝐎𝐔𝐃 𝐌𝐎𝐌𝐄𝐍𝐓 🇮🇳
Congratulations to Manmeet Singh on earning his international debut at the ongoing FIH Pro League 2025–26. All the best, Manmeet! 💙#HockeyIndia #IndiaKaGame pic.twitter.com/MTRlMI3Bqh
— Hockey India (@TheHockeyIndia) February 12, 2026
ସୂଚନାଥାଉକି, ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ରେ ବରିଷ୍ଠ ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ମିଡ୍ଫିଲଡର ମନମୀତ ସିଂହ। ମାତ୍ର ୧୧ ବର୍ଷ ବୟସରେ ମନମୀତ ହକି ଖେଳିବା ଆରମ୍ଭ କରିଥିଲେ। ଏବେ ମାତ୍ର ୨୦ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ଯୁବ ଖେଳାଳି ତାମିଲନାଡୁରେ ଅନୁଷ୍ଠିତ ହକି ପୁରୁଷ କନିଷ୍ଠ ବିଶ୍ୱକପ୍-୨୦୨୫ରେ ଉନ୍ନତ ପ୍ରଦର୍ଶନ କରିଥିଲେ । ବିଶ୍ବକପରେ ସେ ସର୍ବାଧିକ ୬ଟି ଗୋଲ୍ ଦେଇ ଦଳ ପାଇଁ ସର୍ବାଧିକ ସ୍କୋରର୍ ହେବାସହ ଭାରତକୁ ବ୍ରୋଞ୍ଜ ପଦକ ହାସଲ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ମନମୀତ କହିଛନ୍ତି, ନୀଳ ଜର୍ସି ପିନ୍ଧିବା ମୋ’ର ପିଲାଟି ଦିନରୁ ସ୍ବପ୍ନ ରହିଥିଲା, ଆଜି ତାହା ପୂରଣ ହୋଇଛି। ଏହା ନିଶ୍ଚିତଭାବେ ଗର୍ବ ଓ ଗୌରବର ବିଷୟ। କନିଷ୍ଠ ଦଳରେ ବି ଖେଳିଛି, କିନ୍ତୁ ବରିଷ୍ଠ ଦଳରେ ସାମିଲ ହେବାପରେ ମୋ’ର ଦାୟିତ୍ବ ବଢ଼ିଯାଇଛି।
FIH ପୁରୁଷ ପ୍ରୋ ଲିଗ୍ 2025-26 ରାଉରକେଲା ପର୍ଯ୍ୟାୟର ମ୍ୟାଚ୍ଗୁଡ଼ିକ ଷ୍ଟାର ସ୍ପୋର୍ଟସ୍ ଖେଳ (Star Sports Khel)ଏବଂ ଜିଓହଟଷ୍ଟାର ( Jio Hotstar)ରେ ପ୍ରସାରିତ ହେଉଛି ।