Latest Odisha News

BREAKING NEWS

‘ମନ୍ କି ବାତ୍’ ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୨ ଫେବୃଆରୀ) “ମନ କି ବାତ”ର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜାତୀୟ ପ୍ରସଙ୍ଗ, ସାମାଜିକ ପଦକ୍ଷେପ ଏବଂ ଦେଶ ସାରା ପ୍ରେରଣାଦାୟକ କାହାଣୀ ଉପରେ ତାଙ୍କର ଚିନ୍ତାଧାରା ସେୟାର କରନ୍ତି। ଆଜି, ପ୍ରଧାନମନ୍ତ୍ରୀ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମ ସମଗ୍ର ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ନେଟୱାର୍କରେ ପ୍ରସାରିତ ହୁଏ। ଏହା ସରକାରୀ ଏବଂ ସାର୍ବଜନୀନ ପ୍ରସାରକ ଚ୍ୟାନେଲ ସମେତ ସରକାରୀ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଲାଇଭ୍-ଷ୍ଟ୍ରିମିଂ ହୁଏ। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି। ‘ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି।

ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି। ସୁନ୍ଦରଗଡ଼ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁରେ ହିରୋଦ ପଟେଲଙ୍କ ଘର। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ୮ ଏକର ଜମିରେ ମାଛ, ଫଳ, ପନିପରିବା ସହ ଫୁଲ ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ହିରୋଦ। ଚାଷ କାମରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

Leave A Reply

Your email address will not be published.