ଭୁବନେଶ୍ବର: ମୋଦି ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିଛନ୍ତି: ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ୨୦୨୬ । ଏହି ବିଲ୍ ୨୦୨୩ ମସିହାରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଆଇନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖିଛି ।
ଅନ୍ୟପଟେ, ଏହି ବିଲକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ ବୋଲି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଖାଲି ସେତିକି ନୁହଁ ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଯଦି ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରେ ତେବେ ଏହି ବିଲ୍କୁ ସ୍ବାଗତ କରାଯିବ ବୋଲି ମଧ୍ୟ ନବୀନ କହିଛନ୍ତି ।
ସୀମା ପୁନଃ ନିର୍ଦ୍ଧାରଣ ବିଷୟକୁ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ନବୀନ କହିଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ ।